Home ଜିଲ୍ଲା ପରିକ୍ରମା ନୂଆବର୍ଷରେ ଆଖଣ୍ଡଳମଣିଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଭିଡ ନିୟନ୍ତ୍ରଣ କରିବାରେ ନାକେଦମ୍‌, ବ୍ୟାରିକେଡ୍ ଭାଙ୍ଗି...

ନୂଆବର୍ଷରେ ଆଖଣ୍ଡଳମଣିଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ଭିଡ ନିୟନ୍ତ୍ରଣ କରିବାରେ ନାକେଦମ୍‌, ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ

17

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଇଂରାଜୀ ନବବର୍ଷ ଉପଲକ୍ଷେ ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ ଗତ ରବିବାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମାତ୍ର ଭକ୍ତଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଥିଲାଯେ ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ଙ୍କୁ ନାକେଦମ୍ ହେବାକୁ ପଡିଥିଲା । ଏପରିକି ଭକ୍ତମାନେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ ମନ୍ଦିର ଭିତରକୁ । ପରିସ୍ଥିତି ଏଭଳି ସଂଗୀନ ହୋଇଥିଲା ଯେ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହେବା ସହ କିଛିଘଣ୍ଟା ସେମାନେ ଅଣନିଶ୍ୱାସୀ ହୋଇପଡିଥିଲେ । ଫଳରେ ବହୁ ବୟସ୍କ ମହିଳା ଓ ଛୋଟପିଲା ସଂଜ୍ଞାହୀନ ହୋଇପଡିଥିଲେ । ଅନ୍ୟପଟେ ନଦୀ ପାର ହେବା ପାଇଁ ନଦୀଘାଟରେ ଡଙ୍ଗାର ଅସମ୍ଭାଳ ଭିଡ ଲାଗି ରହିଥିଲା । ଏଥିସହ ସ୍ଥଳପଥରେ ଭଦ୍ରକ-ଆରଡି ରାସ୍ତାର ଓଳଗ ମଠ ଠାରୁ ଆରଡି ପୀଠ ପର୍ଯ୍ୟନ୍ତ ଦୀର୍ଘ ୩ କିମି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ୨ ଘଣ୍ଟା ଧରି ଗାଡି ଜାମ୍ ରହିବା ପରେ ସ୍ଥାନୀୟ ପହଣା ଓ ମଠଡିହ ଲୋକଙ୍କ ସହ ପୁଲିସ୍ ଆଲୋଚନା କରି ସ୍ଥିତି ନିୟନ୍ତ୍ରଣ କରିବାରୁ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏପଟେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଭୋର୍ ୪ଟାରେ ମନ୍ଦିର ପହଡ ଖୋଲିବା ପରେ ସହଳ ନୀତିକାନ୍ତି କରାଯାଇ ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ମନ୍ଦିର ସାହାଣମେଲା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.