Home ଜିଲ୍ଲା ପରିକ୍ରମା ବୀର କଳିଙ୍ଗ କଳା ସମ୍ମାନ ପାଇଲେ ପ୍ରକୃତିବନ୍ଧୁ ଶିକ୍ଷକ ଭଦ୍ରକର ନିରଞ୍ଜନ ବାରିକ

ବୀର କଳିଙ୍ଗ କଳା ସମ୍ମାନ ପାଇଲେ ପ୍ରକୃତିବନ୍ଧୁ ଶିକ୍ଷକ ଭଦ୍ରକର ନିରଞ୍ଜନ ବାରିକ

23

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରକୃତିବନ୍ଧୁ ଶିକ୍ଷକ ନିରଞ୍ଜନ ବାରିକ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ସମ୍ବାଦପତ୍ର ବୀର କଳିଙ୍ଗ ପକ୍ଷରୁ ବୀର କଳିଙ୍ଗ କଳା ସମ୍ମାନ ପାଇଛନ୍ତି । ବୀର କଳିଙ୍ଗ ସମ୍ବାଦପତ୍ରର ୧୯ତମ ସ୍ୱନକ୍ଷତ୍ର ସମାରୋହ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରରେ ଆୟୋଜିତ ହୋଇଥିଲା । ଏଥିରେ ଛତିଶଗଡର ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକର ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ଶିକ୍ଷକ ନିରଞ୍ଜନ ବାରିକଙ୍କୁ ୨୦୨୩-୨୪ ବର୍ଷ ପାଇଁ ବୀର କଳିଙ୍ଗ କଳା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧିତ କାଳରେ ବରେଣ୍ୟ ଅତିଥି ପଦ୍ମଶ୍ରୀ ଦେବପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ପୂର୍ବ ଶାସନ ସଚିବ ସହଦେବ ସାହୁ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରକୃତିବନ୍ଧୁ ଶିକ୍ଷକ ନିରଞ୍ଜନ ବାରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ଶ୍ରୀ ବାରିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.