Home ଓଡ଼ିଶା ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

64

– ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
– ଅମୃତ କାଳରେ ବିକଶିତ ଭାରତ ପାଇଁ ସମ୍ଭାବ୍ୟ ଉଦ୍ୟମ କରିବାକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୫ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପରିବାର ସଦସ୍ୟ ଏବଂ ଦେଶର ଯବାନଙ୍କ ସହ ଶ୍ରୀ ପ୍ରଧାନ ଆଜିର ଦିବସକୁ ପାଳନ କରିଛନ୍ତି। ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆମର ତ୍ରିରଙ୍ଗା ସର୍ବଦା ଉଚ୍ଚରେ ଉଡ଼ୁ। ଅମୃତ କାଳରେ ସବୁ ସୁଯୋଗକୁ ହାତେଇବା ସହ ବିକଶିତ ଭାରତ ପାଇଁ ସମସ୍ତେ ନିଜ ସମ୍ଭାବ୍ୟ ଉପାୟରେ ସବୁ ପ୍ରକାର ଉଦ୍ୟମ କରିବାକୁ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.