Home ଓଡ଼ିଶା ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ କୁ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ କୁ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ

613

– ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ପ୍ରମାଣିତ କରିଛନ୍ତି

ଭୁବନେଶ୍ୱର, ଡିସେମ୍ବର ୧୯ (ଓଡ଼ିଆ ପୁଅ) – ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲରେ ବିଜୟ ହାସଲ କରିବା ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ କୁ ନୂଆଦିଲ୍ଲୀ ସ୍ଥିତ ବସଭବନରେ ସକ୍ଷାତ୍ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମର ସଦସ୍ୟଙ୍କୁ ସକ୍ଷାତ୍ କରି ଆନନ୍ଦିତ। ଜାତୀୟ ମହିଳା ଦୃଷ୍ଟିହୀନ ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗୀତା ଫାଇନାଲରେ ଓଡିଶା ଦଳ ଜିତିଥିବାରୁ ଅଭିନନ୍ଦନ। ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ତାହା ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.