Home ଜିଲ୍ଲା ପରିକ୍ରମା ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଭସ୍ମୀଭୂତ, ୫ ଗୋରୁ ପୋଡି ପାଉଁଶ

ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଭସ୍ମୀଭୂତ, ୫ ଗୋରୁ ପୋଡି ପାଉଁଶ

44

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ନଳଗୋହିରା ପଂଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରିବଖରା ଘର ସହ ୫ଟି ଗୋରୁ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଲକ୍ଷାଧିକ ଟଙ୍କାର ଧାନ ଚାଉଳ ଓ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ôଚଥିଲେ ମଧ୍ୟ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଏଣୁ ଏହି ଅଗ୍ନି ବିପନ୍ନମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.