Home ଜିଲ୍ଲା ପରିକ୍ରମା ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ଚରମ୍ପା କ୍ରିକେଟ ଏକାଡେମୀ ୫୭ ରନରେ ବିଜୟୀ

ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ଚରମ୍ପା କ୍ରିକେଟ ଏକାଡେମୀ ୫୭ ରନରେ ବିଜୟୀ

17

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ – ୨୦୨୪’କୁ ନେଇ ଚାଲିଥିବା ଆନ୍ତଃ ଜିଲ୍ଳା କ୍ଲବ କ୍ରିକେଟର ଆଜି ଚତୁର୍ଥ ମ୍ୟାଚ ସୂର୍ଯ୍ୟଶିଖା କ୍ରିକେଟ କ୍ଲବ ଓ ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚରମ୍ପା କ୍ରିକେଟ ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୭ ଉଇକେଟ ହରାଇ ୨୭୫ ରନ କରିଥିଲା । ଦଳର ସାହିଲ ଖାନ ୫୩ ବଲ୍‌ରେ ୧୫ଟି ଚଉକା ସାହାଯ୍ୟରେ ୯୨, ଜୀବନଜ୍ୟୋତି ବେହେରା ୩୯ ଓ ଆୟୁଷ୍ମାନ ଦାସ ୨୧ ରନ କରିଥିବା ବେଳେ ସୂର୍ଯ୍ୟଶିଖା ପକ୍ଷରୁ ମୟଙ୍କ ଜୟସ୍ୱାଲ ୩ଟି ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ସୂର୍ଯ୍ୟଶିଖା ଦଳ ନିର୍ଦ୍ଧାରିତ ୪୫ ଓଭରରେ ୭ ଉଇକେଟ ହରାଇ ୨୧୮ ରନ କରିବାକୁ ସକ୍ଷମ ହୋଇ ୫୭ ରନରେ ମ୍ୟାଚ ହାରିଥିଲା । ସୂର୍ଯ୍ୟଶିଖାର ଆଶିଷ କୁମାର ମହାପାତ୍ର ୬୧ ଓ ବିଶ୍ୱଜିତ ନାୟକ ୫୨ ରନ କରିଥିଲେ । ଚରମ୍ପା ପକ୍ଷରୁ ସତ୍ୟମ କୁମାର ୩ଟି ଓ ସାହିଲ ଖାନ୍ ଗୋଟିଏ ଉଇକେଟ ନେଇଥିଲେ । ସାହିଲ ଖାନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.