Home ଜିଲ୍ଲା ପରିକ୍ରମା ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ ପାଳନ

ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ ପାଳନ

16

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଭଦ୍ରକ କାର୍ଯ୍ୟାଳୟ ସଭା ଗୃହରେ ଡ଼. ସନ୍ତୋଷ କୁମାର ପାତ୍ର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ବାୟୁ ଦିବସ ପାଳନ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଡି.ପି.ଏମ୍ ସରିତା ମହାପାତ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାୟୁ ପ୍ରଦୁଷଣ ରୋକିବା ପାଇଁ ଗାଡ଼ି ମୋଟର କମ୍ ବ୍ୟବହାର କରିବା, କାଠ ଘସି, କୋଇଲା କିରୋସିନ୍ ଆଦିରେ ରୋଷେଇ ନକରିବା, ଅଳିଆ ଆବର୍ଜନାକୁ ନଜଳାଇବା ଏବଂ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ । ବୃକ୍ଷ ରୋପଣ ଦ୍ୱାରା ସ୍ୱଚ୍ଛ ବାୟୁ ମିଳିପାରିବ ଏବଂ ଜଳବାୟୁ, ଏହା ତାପମାତ୍ରାକୁ ମଧ୍ୟ ଏହା ନିୟନ୍ତ୍ରଣ କରିପାରିବ ବୋଲି ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚମାନେ ଏହି ଦିବସ ପାଳନରେ ଯୋଗ ଦେଇଥିଲେ । ନୂତନ ମେଡ଼ିକାଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ସ୍ୱଚ୍ଛବାୟୁ ନିମନ୍ତେ ବାୟୁ ପ୍ରଦୁଷଣ ରୋକିବା ନିହାତି ଅପରିହାର୍ଯ୍ୟ । ପ୍ରଦୁଷିତ ବାୟୁ ମଣିଷ ମୃତ୍ୟୁର ଏକ ବହୁତ ବଡ଼ କାରଣ । ପ୍ରଦୁଷିତ ବାୟୁ ସେବନ ଦ୍ୱାରା ଷ୍ଟ୍ରୋକ୍‌, ହୃତ୍‌ଘାତ, ଆଜମା, ଫୁସ୍‌ଫୁସ୍ କ୍ୟାନ୍‌ସର, ଫୁସ୍‌ଫୁସ ସଂକ୍ରମଣ ଏବଂ ଆଲର୍ଜି ଚର୍ମ ସଂକ୍ରମଣ ଆଦି ରୋଗ ହୋଇଥାଏ ବୋଲି ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି ସଭାରେ ଆଶା ମ୍ୟାନେଜର କଳ୍ପନା ସାମଲ, ଡ଼. ପାର୍ଥ ସାରଥୀ ମିଶ୍ର, ମହାମାରୀ ବିଶେଷଜ୍ଞ ଦୀପକ ନାୟକ, ଅଣସଂକ୍ରାମକ ରୋଗ ପରିଚାଳକ ଡ଼. ଭାରତୀ ରାଉତ, ଜନସ୍ୱାସ୍ଥ୍ୟ ଅଧିକାରୀ ଅନୀତା ରାଣୀ ରାଉତ, ଜନସ୍‌ବାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.