Home ଓଡ଼ିଶା ନୀଳାଚଳ ଇସ୍ପାତ କାରଖାନାରେ ତାଲା

ନୀଳାଚଳ ଇସ୍ପାତ କାରଖାନାରେ ତାଲା

179

ଯାଜପୁର ୩୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏମଏମଟିସି ଅଧିକାରୀ କଳିଙ୍ଗନଗର ଇସ୍ପାତ ରାଜଧାନୀର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ କୋଇଲା ଦେବା ବନ୍ଦ କରିଦେବା ଫଳରେ ଚାଲୁରହିଥିବା କୋ‌କ୍ ‌ଓଭେନକୁ ଆଜି ସକାଳୁ ବନ୍ଦ କରିଦିଆଯାଇଛି ଓ କାରାଖାନାରେ ତାଲା ଝୁଲିଛି ।ପୂର୍ବରୁ ଏହାର ଅନ୍ୟ ୟୁନିଟ୍ ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। କେବଳ କୋ‌କ୍ ଓଭେନ ଓ ପାୱାର ପ୍ଲାଣ୍ଟ ଚାଲୁରହିଥିଲା। ଚାଲୁଥିବା ଏହି ୟୁନିଟ ପାଇଁ କାରଖାନାର ହଜାର ହଜାର କର୍ମଚାରୀ ଓ ଶ୍ରମିକ ଦରମା ପାଉଥିଲେ। ସାରା ବିଶ୍ବରେ ସଂକଟଜନକ ସ୍ଥିତି ସୃଷ୍ଟି କରିଥିବା କରୋନା ତାଡ଼ନାରେ ଦେଶ ଓ ରାଜ୍ୟର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବା ବେଳେ ବର୍ଷ ବର୍ଷ ଧରି ଶହଶହ କୋଟି ଟଙ୍କା ଲାଭ ନେଇଥିବା ମୁଖ୍ୟ ଅଂଶଧାରୀ ଏମ୍‌ଏମ୍‌ଟିସିର ଅଧିକାରୀ ଶେଷରେ ନୀଳାଚଳକୁ କୋଇଲା ଯୋଗାଇବାକୁ ମନ‌ା କରିଦେଇଥିଲେ। ଫଳରେ କାରଖାନାରେ ଆଜି ତାଲା ପଡ଼ିଛି। ଏଭଳି ସ୍ଥିତିରେ ଏମ୍‌ଏମ୍‌ଟିସର ଅଧିକାରୀ ରାଜ୍ୟ ସରକାରଙ୍କର ଓଏମ୍‌ସି ଓ ଏନ୍‌ଏମ୍‌ଡିସି ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।ଅନ୍ୟପକ୍ଷରେ, ନୀଳାଚଳ ଇସ୍ପାତ୍‌ରେ ତାଲା ଝୁଲିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି କାରଖାନାକୁ ଆସୁଥିବା କ୍ରୟ ସାମଗ୍ରୀ ଓ ଉତ୍ପାଦନ ହେଉଥିବା ବିକ୍ରୟ ସାମଗ୍ରୀ ଉପରେ ଶହଶହ କୋଟି ଟଙ୍କା କମିସନ ନେଇ ନୀଳାଚଳକୁ ରୁଗ୍‌ଣ କରିଦିଆଗଲା। ରାଜ୍ୟ ଓ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦନ ପାଇଁ ଜୋରଦାର ପ୍ରଚାର କରୁଥିବା ବେଳେ ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା କରୁଛନ୍ତି। ଅଥଚ ସରକାରଙ୍କ ଅଧୀନରେ ଚାଲୁଥିବା ନୀଳାଚଳ କାରଖାନାକୁ ବନ୍ଦ କରିଦିଆଯିବା ସତ୍ତ୍ବେ ସଂପୃକ୍ତ ସରକାରୀ ବିଭାଗର ଅଧିକାରୀ ଓ ମନ୍ତ୍ରାଳୟ ତତ୍ପରତା ନଦେଖାଇବା କାରଣରୁ ଏବେ ‌କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ୪ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଛନ୍ତି। ଯାହାକି, ଯାଜପୁର ଜିଲ୍ଲାର ଅର୍ଥନୀତି, ବେକାରୀ ଓ ବ୍ୟବସାୟ ସ୍ଥିତିକୁ ଦୋହଲାଇ ଦେଇଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.