Home Coronavirus Outbreak ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..

ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..

2627

ଭୁବନେଶ୍ୱର: କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ଏବେ ଦୁନିଆରେ ଅନେକ ଦେଶର ସରକାର ଏବଂ ବଡ଼ବଡ଼ କମ୍ପାନୀ କାମ ଆରମ୍ଭ କରି ଦେଇଛନ୍ତି। ଏହା ଭିତରେ ଅନ୍ତର୍ଜାତୀୟ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଦାବି କରିଛି ଯେ ତାଙ୍କ ବୈଜ୍ଞାନିକମାନେ କରୋନା ଜୀବାଣୁ ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପରୀକ୍ଷା ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। କମ୍ପାନୀ ଏକ ବିଲିୟନ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା କହିଛି। ଜନସନ୍ ଆଣ୍ଡ ଜନସନ୍ କହିଛି, ଜାନୁଆରୀ ୨୦୨୦ରୁ ବାୟୋମେଟିକାଲ୍ ଆଡଭାନ୍ସ୍ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅଥରିଟି ସହିତ ମିଶି ଜନସନ୍ ଆଣ୍ଡ ଜନସନ୍ କରୋନା ଜୀବାଣୁ ଟିକା ପ୍ରସ୍ତୁତ କରିବା ପାଇଁ ଅନୁସନ୍ଧାନରେ ଜଡ଼ିତ ଥିଲା। ବ୍ୟାପକ ଅନୁସନ୍ଧାନ ପରେ କମ୍ପାନୀ ଏହି ମାରାତ୍ମକ ଜୀବାଣୁ ମୁକାବିଲା ପାଇଁ ଏକ ଟିକା ପ୍ରସ୍ତୁତ କରିଛି। କମ୍ପାନୀ କହିଛି ଯେ ପରୀକ୍ଷା ପରେ ଖୁବ ଶୀଘ୍ର ଏକ ବିଲିୟନ ଟିକା ପ୍ରସ୍ତୁତ ହୋଇ ସାରା ବିଶ୍ୱରେ ବିତରଣ କରାଯିବ। ଆମେରିକା, ଇଂଲଣ୍ଡ ଏବଂ ଋଷ ସରକାର ମଧ୍ୟ କରୋନା ଜୀବାଣୁ ପାଇଁ ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ଆମେରିକା, ଚୀନ୍, ଦକ୍ଷିଣ କୋରିଆ ଏବଂ ଫ୍ରାନ୍ସରେ ପ୍ରସ୍ତୁତ ଟିକା ଗୁଡ଼ିକର କ୍ଲିନିକାଲ୍ ପରୀକ୍ଷା କରାଯାଉଛି। ଇଂଲଣ୍ଡର ଅକ୍ସଫୋର୍ଡ ଟିକା ପ୍ରସ୍ତୁତି ପାଇଁ ଜୋରଦାର ଉଦ୍ୟମ କରୁଛି। ରୁଷ ଏହାର ଟୀକା ପଶୁମାନଙ୍କର ଅନୁସନ୍ଧାନ ଆରମ୍ଭ କରିଥିବା କୁହାଯାଉଛି।

କେବେ ଉପଲବ୍ଧ ହେବ ଟୀକା; ଦାମ୍ କେତେ ?
କରୋନା ଭାଇରସ୍ ପାଇଁ ଏହାର ପରୀକ୍ଷାମୂଳକ ଟିକାର ମାନବ ପରୀକ୍ଷଣ ସେପ୍ଟେମ୍ବର ସୁଦ୍ଧା ଆରମ୍ଭ ହେବ ଏବଂ ଏହା ୨୦୨୧ ମସିହା ପ୍ରାରମ୍ଭରେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଁ ଉପଲବ୍ଧ ହୋଇପାରିବ ବୋଲି ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ କୁହାଯାଇଛି। ଏପରି ହେଲେ ଭାରତରେ ଏହି ଟୀକା ଉପଲବ୍ଧ ହେବା ବେଳକୁ ନିଶ୍ଚିତ ଆହୁରି ବିଳମ୍ବ ହେବ ବୋଲି ଆଶା କରିବା କଥା। ସେହିପରି ଅଣ-ଲାଭଜନକ ଭିତ୍ତିରେ ଏହି ଟୀକା ପ୍ରସ୍ତୁତ କରାଯାଉଛି। କିନ୍ତୁ, ଗ୍ରାହକଙ୍କୁ ଏଥିପାଇଁ କେତେ ମୂଲ୍ୟ ଦେବାକୁ ପଡ଼ିପାରେ ତାହା ଅନୁମାନ କରିବାକୁ କମ୍ପାନୀ ମନା କରିଦେଇଛି। /-ଦେବଦତ୍ତ ରଥ

କରୋନା ଆତଙ୍କ; ଛାଡ଼ପତ୍ର ବିପଦ: ତୀର୍ଥ କିମ୍ବା ବିଜିନେସ୍ ଟୁର୍ କହି ମୌଜ୍ କରୁଥିଲେ ଥାଇଲ୍ୟାଣ୍ଡରେ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.