Home ଓଡ଼ିଶା ନିଲମ୍ବିତ ହେଲେ ଆଇଏଏସ ଅଧିକାରୀ

ନିଲମ୍ବିତ ହେଲେ ଆଇଏଏସ ଅଧିକାରୀ

623

ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଧୋକା ଦେବାକୁ ଚେଷ୍ଟା କରି ଫସିଛନ୍ତି ଆଇଏଏସ ଅଫିସର। ତେବେ ଧୋକା ଦେଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଗୁଜୁରାଟ ସରକାର ବୁଧବାର ଦିନ ଆଇଏଏସ ଅଧିକାରୀ ଗୌରବ ଦହିୟାଙ୍କୁ ନିଲମ୍ବିତ କରିଛନ୍ତି । ୨୦୧୦ ବ୍ୟାଚ୍ ର ଆଇଏଏସ ଅଧିକାରୀ ଗୌରବ ଦହିୟାଙ୍କ ବିରୋଧରେ ଦିଲ୍ଲୀର ଜଣେ ମହିଳା ଧୋକା ଦେଇ ବିବାହ କରିବା ଏବଂ ଧମକ ଦେବା ଅଭିଯୋଗ ଆଣିଛନ୍ତି ।

ଏହି ଅଭିଯୋଗକୁ ନେଇ ଗୌରବ ଦହିୟା ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି । ।

ନିଲମ୍ବନ ହେବାର କିଛି ଘଣ୍ଟା ପରେ ଗୌରବ ଗୁଜୁରାଟ ଉଚ୍ଚ ନ୍ୟାୟାଳୟ ପହଞ୍ଚି ରାଜ୍ୟ ପୋଲିସକୁ ଏହି ମାମଲାରେ ଦଖଲ ନଦେବାକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.