Home ଜିଲ୍ଲା ପରିକ୍ରମା ନିର୍ମାଣର ମାସେ ପୁରି ନାହିଁ, ମୋଟେଲ ଛକ ରାସ୍ତା ପାଲଟିଛି କୃତ୍ରିମ ଗଡ଼ିଆ

ନିର୍ମାଣର ମାସେ ପୁରି ନାହିଁ, ମୋଟେଲ ଛକ ରାସ୍ତା ପାଲଟିଛି କୃତ୍ରିମ ଗଡ଼ିଆ

58

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକାଲ ଫିଡର ରାସ୍ତା ନିର୍ମାଣକୁ ମାସେ ପୁରି ନାହିଁ । ସାମାନ୍ୟ ବର୍ଷାରେ ମୋଟେଲ ଛକ ଠାରେ ପାଣି ଜମି ରହି କୃତ୍ରିମ ଗଡ଼ିଆ ସୃଷ୍ଟି ହେଉଛି । ଫଳରେ ପଥଚାରୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ତଥ୍ୟ ଅନୁଯାୟୀ ଏବେ ୧୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି । ଡିବିଏଲ କମ୍ପାନୀ ଏହି କାର୍ଯ୍ୟର ଠିକା ନେଇଛି । ଉକ୍ତ ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ସହରର ମୋଟେଲ ଛକ, ଡାହାଣିଗଡ଼ିଆ, ନୂଆ ବସଷ୍ଟାଣ୍ଡ, ଚରମ୍ପା ଠାରେ ଫ୍ଲଏ ଓଭରବ୍ରିଜ, ଅଣ୍ଡରପାସ ନିର୍ମାଣ ଚାଲିଛି । ଇତିମଧ୍ୟରେ ମୋଟେଲ ଛକ ଠାରେ ଭେଇକୁଲାର ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଉଭୟ ପାଶ୍ୱର୍ରେ ଗାଡ଼ି ଚଳାଚଳ କଲାଣି । କିନ୍ତୁ ରାସ୍ତାର ପଶ୍ଚିମପାଶ୍ୱର୍ରେ ଲୋକାଲ ବା ଫିଡର ରୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ, ପୂର୍ବ ପଟେ ଏହା ନିର୍ମାଣାଧିନ ରହିଛି । କିନ୍ତୁ ତୃଟିପୂର୍ଣ୍ଣ ନିର୍ମାଣ ପାଇଁ ଜାତୀୟ ରାଜପଥର ପଶ୍ଚିମ ପାଶ୍ୱର୍ରେ ଥିବା ମୋଟେଲ ଛକ ଅଞ୍ଚଳରେ କୃତ୍ରିମ ଗଡ଼ିଆ ସୃଷ୍ଟି ହୋଇଛି । ବର୍ଷା ଜଳ ନିସ୍କାସନ ନିମିତ୍ତଠିକା କମ୍ପାନୀ ପକ୍ଷରୁ ଡ୍ରେନ ନିର୍ମାଣ କରାଯାଇଛି । କିନ୍ତୁ ରାସ୍ତାରେ ଜମି ରହୁଥିବା ବର୍ଷା ପାଣି ଡ୍ରେନରେ ପହଞ୍ଚି ପାରୁନି । ସମାନ୍ୟ ବର୍ଷାରେ ସେଠାରେ ପାଣି ଜମି ରହୁଛି । ଆଗାମୀ ବର୍ଷା ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ଛକ ଗମନାଗମନ ଅନୁପଯୋଗି ହୋଇପଡ଼ିବା ଏକପ୍ରକାର ନଶ୍ଚିତ । ତେଣୁ ସଂପୃକ୍ତ ଠିକା କମ୍ପାନୀ ତୁରନ୍ତ ରାସ୍ତାରୁ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା ଏବେ ଠାରୁ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.