Home ଜିଲ୍ଲା ପରିକ୍ରମା ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ

ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ

20

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ସ୍ଥାନୀୟ ହୋଟେଲ ହାଲୋ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ମାର୍ଗଦର୍ଶକ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଇଂ ଅଭୟ ସୂତାର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମାର୍ଗଦର୍ଶକ ଅଧ୍ୟାପକ ନିହାର ରଂଜନ କର ,ମାର୍ଗଦର୍ଶର୍କ ପ୍ରଭାତ ଜେନା ଯୋଗଦେଇ କହିଲେ ବିଶ୍ୱ ଐତିହ୍ୟ ଦିବସ ପ୍ରତ୍ୟେକ ଦେଶର ସଭ୍ୟତା ଓ ପ୍ରାଚୀନ ସଂସ୍କୃତିର ମହତ୍ତ୍ୱପୂର୍ଣ୍ଣ ପରିଚାୟକ ବୋଲି ମନେ କରାଯାଏ । ୧୯୮୩ରେ ଭାରତର ୪ଟି ଐତିହାସିକ ସ୍ଥଳକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ୟୁନେସ୍କୋ ଚିହ୍ନଟ କରିଥିଲା । ସେଗୁଡିକ ହେଉଛି ତାଜମହଲ,ଆଗ୍ରା,ଦୁର୍ଗ,ଅଜନ୍ତା ଓ ଏଲୋରା ଗୁମ୍ଫା ଆଜି ଦିନରେ ସାରା ଐତିହ୍ୟ ଦିବସ । ଆମେ ବି ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ପାଳୁଛୁ ବଶ୍ୱ ଏ୍ୟୌତିହ୍ୟ ଦିବସ । ଏହି ଅବସରରେ ମନେପକାଉଛୁ ଆମର ଐତିହ୍ୟ ଓ ପରମ୍ପରା ବୋଲି କହିଥିଲେ ଉପସ୍ଥିତ ବକ୍ତାମାନେ । ଏହି ଅବସରରେ ସଭାନେତ୍ରୀ କଳ୍ପନା ଜେନା ସଂଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିବାବେଳେ ଉପଦେଷ୍ଟା ଜାନକୀ ପାଢୀ ଅତିଥି ପରିଚୟ ଓ ଏ୍ୟୌତିହ୍ୟ ଦିବସ ଉପରେ ଆଲୋକପାତ କରିଥିଲେ । ସଂପାଦକ ଅଂଜନା ମିଶ୍ର ସଂଗଠନର ଉଦେଶ୍ୟ ଜ୍ଞାପନ କରିଥିବାବେଳେ ଉପସଭାନେତ୍ରୀ ମନୋରମା ରାୟ,ଚୈତାଳି ଖିଲାର,କହିଲେ ସଂଗଠନ ବିଶ୍ୱର ମହାମାରୀ କରୋନା ସମୟରେ ବହୁତ ଜନହିତକର କାର୍ଯ୍ୟ କରିଛି ଓ ଆଗାମିଦିନରେ କରିବ ବୋଲି ବକ୍ତବ୍ୟ ରଖିିଥିଲେ ।ସହ ସଂପାଦକ ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଭୟ ସାହୁ,ବିକାଶ ସାହୁ ଓ ଲିପିକା ରାଉତ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.