Home ଓଡ଼ିଶା ବ୍ରଜରାଜପୁର ରେ ଜୀବିକା ମିଶନ୍ ତରଫରୁ ସମନ୍ୱୟ ବୈଠକ

ବ୍ରଜରାଜପୁର ରେ ଜୀବିକା ମିଶନ୍ ତରଫରୁ ସମନ୍ୱୟ ବୈଠକ

21

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/ ୦୪/୦୯- ଓଡିଶା ରାଜ୍ୟ ଜୀବିକା ମିଶନ୍ ତରଫରୁ ପେନସନ୍ ଓ ବୀମା ମେଳା ରଣପୁର ବ୍ଲକ ରେ ଚାଲୁଅଛି । ଏହି ମେଳା ଅଗଷ୍ଟ ୨୪ ତାରିଖ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଳା ରେ ଲୋଧାଚୁଆ ,ବୃନ୍ଦାବନପୁର  ଓ ବ୍ରଜରାଜପୁର ର ୨୦ ଗୋଟି ସ୍ୱଂୟ ସହାୟିକା ଗୋଷ୍ଠୀ ଯୋଗ ଦେଇଥିଲେ ।

ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ ରଣପୁର ୟୁକୋ  ବ୍ୟାଙ୍କ ର ଅତିରିକ୍ତ ପରିଚାଳକ ପ୍ରଦ୍ମୁନ୍ମ କୁମାର ବେହେରା , ରଣପୁର ବ୍ଲକ ମହିଳା ସଂଯୋଜିକା ଝୁନୁ ମିଶ୍ର ,ବ୍ୟାଙ୍କ ମିତ୍ର ପ୍ରତିମା ପ୍ରଧାନ , ବୃନ୍ଦାବନପୁର ନଥି  ସହାୟିକା ଉସାରାଣୀ ଦାଶ , ବ୍ରଜରାଜପୁର ନଥି ସହାୟିକା କବିତା ବେହେରା , ବ୍ରଜରାଜପୁର ର ନିରୂପମା ଆଚାର୍ଯ୍ୟ , ପ୍ରଣୀ ମିତ୍ର ଓ କୃଷି ମିତ୍ର ଯୋଗ ଦେଇଥିଲେ । ଅଟଳ ପେନସନ୍ ଯୋଜନା ଓ ବୀମା ଯୋଜନା ସର୍ମ୍ପକ ରେ ବିଶେଷ ଆଲୋଚନା କରାଯାଇଥିଲା । ୨୦ଗୋଟି ସ୍ୱଂୟ ସହାୟିକା ଗୋଷ୍ଠୀ କୁ ୫୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.