Home ଜିଲ୍ଲା ପରିକ୍ରମା ନିଯୁକ୍ତି ପାଇଲେ ୫୧ଜଣ ନୂଆ ପି.ଇ.ଓ.

ନିଯୁକ୍ତି ପାଇଲେ ୫୧ଜଣ ନୂଆ ପି.ଇ.ଓ.

26

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପାଇଁ ନିଯୁକ୍ତି ପାଇଥିବା ୫୧ଜଣ ନୂଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଭଦ୍ରକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି ନବନିଯୁକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଆଗ୍ରହ ଓ ନିଷ୍ଠାର ସହିତ ନିଜ ନିଜର କର୍ତ୍ତବ୍ୟ ସଂପାଦନ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଦିଗରେ ପି.ଇ.ଓ. ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଥିଲେ । ଜିଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ଯୋଗଦେଇଥିଲେ । ସୂଚନାଯୋଗ୍ୟକି ଏହି ପଦବୀ ପାଇଁ ଓଡ଼ିଶା ସବ୍‌-ଅଡିନେଟ୍ ଷ୍ଟାଫ୍ ସିଲେକସନ କମିଶନଙ୍କ ଦ୍ୱାରା ପରିଚାଳିତ ଯୁଗ୍ମ ପରୀକ୍ଷାରେ ଯୋଗ୍ୟ ବିବେଚିତ ଭଦ୍ରକ ଜିଲାର ୫୪ ଜଣଙ୍କ ମଧ୍ୟରୁ ଏଠାରେ ଉପସ୍ଥିତ ୫୧ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.