Home ଜିଲ୍ଲା ପରିକ୍ରମା ବିଶ୍ୱ କଳା ମୋତିଆ ବିନ୍ଦୁ ଦିବସ ପାଳିତ

ବିଶ୍ୱ କଳା ମୋତିଆ ବିନ୍ଦୁ ଦିବସ ପାଳିତ

5

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କଳା ମୋତିଆ ବିନ୍ଦୁ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଟି ଡାକ୍ତର ସନ୍ତୋଷ କୁମାର ପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ରୋଗକୁ ତୁରନ୍ତ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରି ଚିକିତ୍ସା କଲେ ଏହା ଭଲ ହୋଇଥାଏ । ତେଣୁ ଜନ ସାଧାରଣଙ୍କ ର ସଚେତନତା ପାଇଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଏକ କୁଇଜ୍ ପ୍ରତିଯୋଗିତା କରାଯାଇ ବିଜୟୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର କନକଲତା ସାହୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଡାକ୍ତର ଆର୍ କେ ସାହୁ ଚକ୍ଷୁ ବିଶେଷଜ୍ଞ ସହଯୋଗ କରି ଥିଲେ । ଡାକ୍ତର ସନ୍ତୋଷ କୁମାର ଜେନା ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର ସୌଦାମିନୀ ଧଳ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗଦେଇ ସେମାନଙ୍କର ବହୁ ମୂଲ୍ୟ ମତବ୍ୟକ୍ତ କରିଥିଲେ ଆଶା ମେନେଜର, କଳ୍ପନା ସାମଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସରୋଜ କୁମାର ଦୀକ୍ଷିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.