Home କୋରାପୁଟ କୋରାପୁଟ ଜିଲ୍ଲାରେ  ୫୯ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୫୯ଜଣ କରୋନା ପଜିଟିଭ ଚିହ୍ନଟ

25

କୋରାପୁଟ ୨୮-୦୬(ଓଡିଆ ପୁଅ /ରଂଜନ ଦାସ) ସୋମବାର କୋରାପୁଟ ଜିଲ୍ଲାରେ  ୨୧ଜଣ ମହିଳାଙ୍କ ସମେତ   ୫୯ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୯୭୨ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୩,  ଜୟପୁର ପୌରାଂଚଳରୁ ୧୬,ସୁନାବେଡା ପୌରାଂଚଳରୁ  ୬ ଓ କୋଟପାଡ ଏନଏସିରୁ  ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ମିପୁର , ନନ୍ଦପୁର ,କୋଟପାଡ ଓ ଦଶମନ୍ତପୁର ବ୍ଲକରୁ ଜଣେ ହେଲେ  ପଜିଟିଭ  ଚିହ୍ନଟ ହୋଇ ନାହାନ୍ତି । ସେହିପରି  ଆଜି  ବନ୍ଧୁଗାଁ ବ୍ଲକରୁ ୧,ବୈପାରିଗୁଡା ବ୍ଲକରୁ ୪,ବୋରିଗୁମ୍ମା ବ୍ଲକରୁ ୪,ଜୟପୁର  ବ୍ଲକରୁ ୩, ଓ କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,କୁନ୍ଦୁରା ବ୍ଲକରୁ ୨,ଲମତାପୁଟରୁ ୩,ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୬ ଏବଂ ସେମିଲିଗୁଡା ବ୍ଲକରୁ   ୭ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୭  ତାରିଖ ସୁଦ୍ଧା ୩ ଲକ୍ଷ ୭୦ ହଜାର ୩୯୯ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୮  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୦୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୩୬ଟି ସକ୍ରୀୟ କେସ  ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା  ଜିଲ୍ଲାରେ  କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.