କୋରାପୁଟ ୨୮-୦୬(ଓଡିଆ ପୁଅ /ରଂଜନ ଦାସ) ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଇସିଂ ସେବା ଶ୍ରମ ଆମପିତୃ ଅର୍ଜିତ ଜମିରେ ନିର୍ମାଣ କରାଯାଇଥିବାରୁ ଆମକୁ କ୍ଷତିଗସ୍ତ ଜମିହରା ଭାବରେ ଗ୍ରହଣ କରି ଉତରାଧିକାରୀ ଦୁଇ ପରିବାରର ୩ ଜଣଙ୍କୁ ନିଯୁକ୍ତି ଦେବାକୁ ଦାନୁ ମୁଦୁଲିଙ୍କ ପୁତ୍ର ଅର୍ଜୁନ ମୁଦୁଲି ଓ ରବିନ୍ଦ୍ରନାଥ ମୁଦୁଲିଙ୍କ ପୁତ୍ର ପବିତ୍ର ମୁଦୁଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅକତରଙ୍କୁ ଭେଟି ଦାବି କରିଛନ୍ତି ।ନିଯୁକ୍ତି ନିମନ୍ତେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ ।କିନ୍ତୁ ଆଜି ପର୍ଯ୍ୟନ୍ତ ବିଭାଗ ଦ୍ୱାରା ଥଇଥାନ କରାଯାଇ ନ ଥିବାରୁ ସେମାନେ ଆଜି ଜିଲ୍ଲାପାଳ , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ,କୋରାପୁଟ ଉପଜିଲ୍ଲାପାଳ ଓ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି ।ଯଦି ନିଯୁକ୍ତି ଦିଆ ନ ଯିବ ତେବେ ଦୁଇ ପରିବାରର ସଦସ୍ୟ ମିଳିତଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ପ୍ରକାଶ କରିଥିବା ଜଣାପଡିଛି ।