Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୧୭୬ ଆକ୍ରାନ୍ତ, ୨ ମୃତ

ଚିହ୍ନଟ ହେଲେ ୧୭୬ ଆକ୍ରାନ୍ତ, ୨ ମୃତ

40

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୧୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୫୫୯ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ହୋଇଛି ୨୦ ହଜାର ୮୫୮ । ମୋଟ ୫୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬୫୧ ଜଣ ସକ୍ରିୟ ଆକ୍ରାନ୍ତ ଜିଲ୍ଳାରେ ଅଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାରେ ୭ଜଣ, ବନ୍ତ ବ୍ଲକରେ ୧୨ଜଣ, ବାସୁଦେବପୁର ବ୍ଳକରେ ୫ଜଣ, ଚାନ୍ଦବାଲି ଏନ୍‌ଏସିରେ ୨୧, ତିହିଡ଼ିରେ ୧୨, ଧାମନଗର ବ୍ଲକରେ ୧୮, ଭଣ୍ଡାରିପୋଖରୀ ବ୍ଳକରେ ୨୧, ଭଦ୍ରକ ବ୍ଲକରେ ୧୭, ଚାନ୍ଦବାଲି ବ୍ଲକରେ ୪୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ୬ ଜଣ ଭଦ୍ରକରେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୧୫ଜଣ ବାହାର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.