Home କୋରାପୁଟ କୋରାପୁଟ ପୋଲିସ ଓ ଅବକାରୀ ମିଳିତ ଚଢାଉରେ ୩୫୦ ଲିଟର ଦେଶୀ ମଦ ଜବତ

କୋରାପୁଟ ପୋଲିସ ଓ ଅବକାରୀ ମିଳିତ ଚଢାଉରେ ୩୫୦ ଲିଟର ଦେଶୀ ମଦ ଜବତ

26

କୋରାପୁଟ ୦୯-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଓ  କୋରାପୁଟ  ସଦର ଥାନା ପୋଲିସ ଡେଙ୍ଗାଜାନୀଗୁଡା ଗ୍ରାମରେ  ମିଳିତ ଚଢାଉ କରି  ୩୫୦ ଲିଟର ଦେଶୀ ମଦ ଜବତ କରିଥିବାବେଳେ ୪ଜଣ ମହିଳାଙ୍କ ସହ ୮ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସଦର ଥାନା ଡେଙ୍ଗାଯାନୀଗୁଡା ଗ୍ରାମରେ ବ୍ୟାପକ ଚୋରାମଦ କାରବାର ହେଉଥିବା ଅଭିଯୋଗ ମିଳିବା ପରେ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ, କୋରାପୁଟ ଅବକାରୀ ନିରୀକ୍ଷକ ତେଜରାଜ ଜାନୀ,ଡିଏଫଏସ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ,ଅବକାରୀ ବିଭାଗ  ସବ-ଇନସପେକ୍ଟର ଦିଲ୍ଲୀପ କୁମାର ରଥ,ସଂଜୟ କୁମାର କାଣ୍ଡି,ଖଗେଶ୍ୱର କୋଟ୍ଟା,ଅରୁଣ କୁମାର ଯୋଷୀ ,ଏଏସଆଇ ଅରୋପଲକ ଦାସ ପ୍ରମୁଖଙ୍କୁୁ ନେଇ ଗଠିତ ଟିମ ଆଜି ଚଢାଉ କରି ୩୫୦ ଲିଟର ରନ୍ଧା ମଦ ଜବତ କରିଥିଲା । ଘଟଣା ସ୍ଥଳରୁ  ଦେଶୀମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ  ଜବତ କରିଥିବାବେଳେ  ଚୋରା ମଦ କାରବାରରେ ସମ୍ପୃକ୍ତ ଡେଙ୍ଗାଜାନୀଗୁଡା ଗ୍ରାମର ନବ ବିଷୋୟୀ,ବାସନ୍ତୀ ବିଷୋୟୀ,ପ୍ରତିମା ବିଷୋୟୀ,ମାଳତୀ ବିଷୋୟୀ ନାମ୍ନୀ ୪ଜଣ ମହିଳାଙ୍କ ସମେତ ଅଭିମନ୍ୟୁ ବିଷୋୟୀ,ରାଜେନ୍ଦ୍ର ବିଷୋୟୀ,ଭଗବାନ ବିଷୋୟୀ ଓ ମାଣ୍ଡିଆ ବିଷୋୟୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.