Home କଳାହାଣ୍ଡି ନିଜ ଘରକୁ ଫେରିବା ପାଇଁ କଳାହାଣ୍ଡିରେ ୬୬୦୩୬ ଜଣଙ୍କ ନାମ ପଂଜୀକୃତ

ନିଜ ଘରକୁ ଫେରିବା ପାଇଁ କଳାହାଣ୍ଡିରେ ୬୬୦୩୬ ଜଣଙ୍କ ନାମ ପଂଜୀକୃତ

293

କଳାହାଣ୍ଡି- ତା୧୪.୦୫.୨୦୨୦ (ଓଡିଆପୁଅ) କୋଭିଡ-୧୯ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଟି ଯାକ ବ୍ଲକ ଏବଂ ଭବାନୀପାଟଣା ମୁ୍ୟନିସିପାଲିଟୀ, ଜୁନାଗଡ, ଧର୍ମଗଡ ଓ କେସିଙ୍ଗା ଏନଏସି ରେ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମୋଟ ୬୬୦୩୬ ଜଣ ବ୍ୟକ୍ତି ନିଜ ନିଜ ଗ୍ରାମକୁ ଫେରିବାକୁ ନାମ ପଂଜୀକରଣ କରିଥିବା ଜଣାପଡିଛି । ଭବାନୀପାଟଣା ବ୍ଲକ ରେ ଅନଲାଇନରେ ୨୨୭୫ ଜଣ ନାମ ପଂଜୀକରଣ କରିଥିବା ବେଳେ ବିଭିନ୍ନ ପଂଚାୟତରେ ପରିବାର ସଦସ୍ୟଙ୍କ ଦ୍ୱାରା ୪୮୨୬ ଅଫଲାଇନରେ ମୋଟ ୭୧୦୧ଜଣ ପଂଜୀକରଣ କରାଯାଇଥିବା ଜଣାପଡିଛି । ସେହିପରି କର୍ଲାମୁଣ୍ଡା ବ୍ଲକରେ ୧୬୩୮ ଜଣ ପଂଜୀକରଣ କରିଥିବା ବେଳେ ଅନଲାଇନ ରେ ୩୪୩ ଓ ଅଫଲାଇନରେ ୧୨୯୫ ଜଣ ପଂଜୀକରଣ କରିଛନ୍ତି । କେସିଙ୍ଗା ବ୍ଲକରେ ମୋଟ ୪୭୩୬ ମଧ୍ୟରୁ ଅନଲାଇନରେ ୮୭୩ ଓ ଅଫଲାଇନରେ ୩୮୬୩ ଜଣ, ମ.ରାମପୁର ବ୍ଲକରେ ମୋଟ ୩୦୮୧ ଜଣ ମଧ୍ୟରୁ ଅନଲାଇନରେ ୧୭୫୯ ଓ ଅପଲାଇନରେ ୧୮୨୨ ଜଣ ନାମ ପଂଜୀକରଣ କରିଛନ୍ତି । ଲାଂଜିଗଡ ବ୍ଲକରେ ମୋଟ ୩୫୨୯ ଜଣ ମଧ୍ୟରୁ ଅନଲାଇନରେ ୧୨୦୪ ଓ ଅଫଲାଇନରେ ୨୩୨୫ ଜଣ ପଂଜୀକରଣ କରିଛନ୍ତି । ନର୍ଲା ବ୍ଲକରେ ୬୩୫୯ ଜଣ ମଧ୍ୟରୁ ଅନଲାଇନରେ ୧୪୪୩ ଓ ଅଫଲାଇନରେ ୫୨୧୬ ଜଣ ନାମ ପଂଜୀକରଣ କରିଛନ୍ତି । ଥୁ. ରାମପୁର ବ୍ଲକରେ ମୋଟ ୫୩୧ ଜଣ ମଧ୍ୟରୁ ଅନଲାଇନରେ ୩୨୩ ଓ ଅଫଲାଇନରେ ୨୦୮ ଜଣ ନାମ ପଂଜୀକରଣ କରିଛନ୍ତି । ସେହିପରି ଜୁନାଗଡ ବ୍ଲକରେ ମୋଟ ୬୧୧୪ ଜଣ ମଧ୍ୟରୁ ଅନଲାଇନରେ ୧୪୨୪ ଓ ଅଫଲାଇନରେ ୪୬୯୦ ଜଣ ପଂଜୀକରଣ କରିଛନ୍ତି । ଧର୍ମଗଡ ବ୍ଲକରେ ମୋଟ ୭୭୭୯ ଜଣ ମଧ୍ୟରୁ ଅନଲାଇନରେ ୧୦୯୦ ଓ ଅଫଲାଇନରେ ୬୬୮୫ଜଣ ପଂଜୀକରଣ କରିଛନ୍ତି । ଗୋଲାମୁଣ୍ଡା ବ୍ଲକରେ ମୋଟ ୧୦୫୦୩ ଜଣ ମଧ୍ୟରୁ ଅନଲାଇନରେ ୧୮୭୯ ଓ ଅଫଲାଇନରେ ୮୬୨୪ ଜଣ ପଂଜୀକରଣ କରିଛନ୍ତି । ଜୟପାଟଣା ବ୍ଲକରେ ମୋଟ ୪୦୫୧ ଜଣ ମଧ୍ୟରୁ ଅନଲାଇନରେ ୧୩୬୦ ଓ ଅଫଲାଇନରେ ୨୬୫୧ ଜଣ ପଂଜୀକରଣ କରିଛନ୍ତି । କଲମପୁର ବ୍ଲକରେ ମୋଟ ୧୬୬୫ ଜଣ ମଧ୍ୟରୁ ଅନଲାଇନରେ ୪୧୬ ଓ ଅଫଲାଇନରେ ୧୨୪୯ ଜଣ ପଂଜୀକରଣ କରିଛନ୍ତି । କୋକସରା ବ୍ଲକରେ ମୋଟ ୫୫୪୧ ଜଣ ମଧ୍ୟରୁ ଅନଲାଇନରେ ୧୪୫୦ ଓ ଅଫଲାଇନରେ ୪୦୯୧ ଜଣ ପଂଜୀକରଣ କରିଛନ୍ତି । ଭବାନୀପାଟଣା ମୁ୍ୟନିସିପାଲିଟୀ ରେ ମୋଟ ୫୩୧ ଜଣ ମଧ୍ୟରୁ ଅନଲାଇନରେ ୩୨୩ ଓ ଅଫଲାଇନରେ ୨୦୮ ଜଣ ପଂଜୀକରଣ କରିଛନ୍ତି । ଧର୍ମଗଡ ଏନଏସିରେ ମୋଟ ୨୮୮ ଜଣ ମଧ୍ୟରୁ ଅନଲାଇନରେ ୬୨ ଓ ଅଫଲାଇନରେ ୨୨୬ ଜଣ ପଂଜୀକରଣ କରିଛନ୍ତି । ଜୁନାଗଡ ଏନଏସି ରେ ମୋଟ ୧୪୯ ଜଣ ମଧ୍ୟରୁ ଅନଲାଇନରେ ୪୦ ଓ ଅଫଲାଇନରେ ୧୦୯ଜଣ ପଂଜୀକରଣ କରିଛନ୍ତି । କେସିଙ୍ଗା ଏନଏସିରେ ମୋଟ ୧୯୫ ଜଣ ମଧ୍ୟରୁ ଅନଲାଇନରେ ୮୪ ଓ ଅଫଲାଇନରେ ୨୧୧ଜଣ ପଂଜୀକରଣ କରିଛନ୍ତି । ଏସବୁ ବାହାର ଅଂଚଳରେ ବିଭିନ୍ନ ଚାକିରୀ କରୁଥିବା ଅନେକ ଲୋକ ଅଦ୍ୟାବଧି ଫେରିବା ପାଇଁ ପଂଜୀକରଣ କରିନଥିବା ଜଣାପଡିଛି । ଘରବାହୁଡା ବ୍ୟକ୍ତି ମାନଙ୍କୁ କ୍ୱାରେନଟାଇନରେ ରଖିବା ପାଇଁ ସମସ୍ତ ଗ୍ରାମପଂଚାୟତରେ ଏବଂ ସହରାଂଚଳରେ ଅସ୍ଥାୟୀ ଚିକିତ୍ସା ଶିବିର ମାନ ସ୍ଥାପନ କରାଯାଇ ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.