Home ଅନୁଗୁଳ ନିଜେ ତିଆରି କରି ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଉଜ୍ଜଳା ଦିଦି

ନିଜେ ତିଆରି କରି ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଉଜ୍ଜଳା ଦିଦି

181

ତାଳଚେର,୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ମହାମାରୀ କୋରୋନା ପ୍ରଭାବରେ ସାଧାରଣ ଜନତା ସଙ୍ଗରୋଧ ପୂର୍ବକ ଗୃହବନ୍ଦୀ ହୋଇ ରହିଥିବା ବେଳେ ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ଦ୍ୱାରା ଗାଇଡଲାଇନ ଜାରି କରାଯାଇଛି । ଏଭଳିସ୍ଥଳେ ତାଳଚେର ବ୍ଲକ ହରିହରପୁର ପଂଚାୟତ ଅନ୍ତର୍ଗତ ଏକଘରିଆ ଗ୍ରାମର ଉଜ୍ଜଳା ଦିଦି ରୀନା ନନ୍ଦ ନିଜେ ମାସ୍କ ତିଆରି କରି ସେଗୁଡିକୁ ମାଗଣାରେ ଜନସାଧାରଣଙ୍କୁ ବଣ୍ଟନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ ଏହି ମାସ୍କଗୁଡିକୁ ନିଜ ଗ୍ରାମ ଏକଘରିଆ,ସୁନାଖଣି,ଦୁମୁଦୁମା ଆଦି ଗ୍ରାମଗୁଡିକରେ ବଣ୍ଟନ କରିବାସହ କୋରୋନା ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ହାତ ଧୋଇବା ତଥା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ସଚେତନ କରାଇଥିଲେ । ତାଙ୍କର ଏଭଳି କାମକୁ ସ୍ଥାନୀୟ ସରପଂଚ ବିଜୟ ପ୍ରଧାନ ଉପସ୍ଥିତ ରହି ଉତ୍ସାହିତ କରିବାସହ ଭୂୟସୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.