Home ଅନୁଗୁଳ କୋଭିଡ-୧୯ କୁ ମୁକାବିଲା କରିବା ପାଇଁ ଏନ୍‌.ଟି.ପି.ସି. ର ନିରନ୍ତର ପ୍ରୟାସ ଜାରି

କୋଭିଡ-୧୯ କୁ ମୁକାବିଲା କରିବା ପାଇଁ ଏନ୍‌.ଟି.ପି.ସି. ର ନିରନ୍ତର ପ୍ରୟାସ ଜାରି

170

ତାଳଚେର,୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭାଇରସ ଭାରତର ସର୍ବ ବୃହତ ବିଦ୍ୟୁତ ଉତ୍ପାଦନକାରୀ ତଥା ଦେଶକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଏନ୍‌.ଟି.ପି.ସି.ର ଉତ୍ସାହକୁ ଭାଙ୍ଗିବାକୁ ବିଫଳ ହୋଇଛି । ବର୍ତମାନର ସମୟରେ ଏନ୍‌.ଟି.ପି.ସି.ର ତାଳଚେର କଣିହାଁ ସମେତ ପ୍ରତିଟି ଶକ୍ତି କେନ୍ଦ୍ର ଏହାର ଶ୍ରେଷ୍ଠତା ପ୍ରଦର୍ଶନ କରି ଚାଲିଛନ୍ତି । କୋଭିଡ-୧୯ ସଙ୍କଟ ବିଦ୍ୟୁତ ଉପଯୋଗିତାର ମହତ୍ୱକୁ ରେଖାଙ୍କିତ କରିଛି । ଯାହାକି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସୁଗମ ପରିଚାଳନା ପାଇଁ ବିଦ୍ୟୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ମହତ୍ୱ ରହିଛି । ନିରନ୍ତର ବିଜୁଳି ଯୋଗାଇ ଦେବା ନିମନ୍ତେ ଏନ୍‌.ଟି.ପି.ସି ମଧ୍ୟ କୋଇଲା ଯୋଗାଣକୁ ଦକ୍ଷତାର ସହ ପରିଚାଳନା କରୁଛି । ଏହି ଷ୍ଟେସନ ଏପ୍ରିଲ ୨୦୨୦ରେ ୮୦.୯୩% ପିଏଲଏଫ୍ ପଞ୍ଜିକୃତ କରିଛି । ଏହି ପରିପ୍ରେକ୍ଷୀରେ ତାଳଚେର କଣିହାଁସ୍ଥିତ ଓଡ଼ିଶାର ସର୍ବ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ଟିଏସଟିପିଏସ୍ ରେ କାର୍ଯ୍ୟରତ କର୍ମଚାରୀଗଣ ଆଗଧାଡ଼ରେ ରହି ନିରବଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ଉକ୍ତ ଷ୍ଟେସନ ପକ୍ଷରୁ କଡ଼ାକଡ଼ି ଭାବେ ଲକ୍ ଡାଉନ ର ମାର୍ଗଦର୍ଶିକା ଗୁଡ଼ିକୁ ପାଳନ କରାଯିବା ସହ ସାମାଜିକ ଦୂରତ୍ୱ ନିୟମକୁ ଏହାର କଂଟ୍ରୋଲ ରୁମ୍ ଏବଂ ଅନ୍ୟାନ୍ୟ ଅପରେସନ ଏରିଆରେ ପାଳନ କରାଯାଉଛି । ଉପଯୁକ୍ତ ସ୍ୱଚ୍ଛତା ବଜାୟ ରହିବା ନିମନ୍ତେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏବଂ ଠିକା ଶ୍ରମିକଙ୍କୁ ମାସ୍କ  ଏବଂ ସାନିଟାଇଜର ପ୍ରଦାନ କରାଯାଇଛି । ଷ୍ଟେସନର ପ୍ରବେଶ ଫାଟକ ନିକଟରେ ୱାସ ବେସିନ୍ ଏବଂ ଲିକ୍ୱିଡ଼ ସପ୍ ଡିସପେନ୍ସର ସ୍ଥାପନ କରାଯାଇ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରାଯାଉଛି । କୋଭିଡ-୧୯କୁ ଦୃଷ୍ଟିରେ ରଖି ସିଆଇଏସଏଫ୍ ଅଧିକାରୀଙ୍କ ଦ୍ୱାରା ସମସ୍ତ କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କର ପ୍ରବେଶ/ପ୍ରସ୍ଥାନ ଫାଟକ ଠାରେ ଥର୍ମାଲ ସ୍କାନର ସାହାଯ୍ୟରେ ଶରୀର ତାପମାତ୍ରା ଯାଂଚ କରାଯାଉଛି । କୋଭିଡ-୧୯ କୁ ପ୍ରତିହତ କରିବାପାଇଁ ଦେଶ ତମାମ ଲକ୍ ଡାଉନ୍ କରାଯାଇଥିବା ବେଳେ ଅନେକଙ୍କର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇ ପଡ଼ିଛି । ଭାରତର ଜନସାଧାରଣଙ୍କ ଜୀବିକା ନିର୍ବାହ ଉତ୍ସ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ, ଫେସ ମାସ୍କ ଯାହାକି ଆୟର ଏକ ପନ୍ଥା ପାଲଟିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର ଏନ୍‌.ଟି.ପି.ସି ତାଳଚେର କଣିହାଁ ଆଖପାଖ ଗ୍ରାମର ମହିଳାମାନଙ୍କୁ ନିରନ୍ତର ସାହାଯ୍ୟ କରିଆସୁଛି । ଏଭଳି ପ୍ରୟାସ କେବଳ ଗ୍ରାମାଂଚଳର ଲୋକମାନଙ୍କ ପାଇଁ ମାସ୍କ ପାଇବାକୁ ଅଧିକ ସୁଗମ କରୁନାହିଁ ବରଂ ଅନେକଙ୍କ ପାଇଁ ପାଇଁ ଜୀବନ ଜୀବିକାର ଏକ ପ୍ରଭାବଶାଳୀ ମାଧ୍ୟମ ମଧ୍ୟ ସୁନିଶ୍ଚିତ କରୁଛି । ଏଥିସହ କର୍ମଚାରୀମାନେ ଅଭାବୀ ଗ୍ରାମବାସୀ ଏବଂ ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ ପାଇଁ ସ୍ୱେଚ୍ଛାକୃତ ଅବଦାନରେ ଅଂଶଗ୍ରହଣ କରୁଛନ୍ତି । ଅଦ୍ୟାବଧି ୬୮୦ ପରିବାର କର୍ମଚାରୀମାନଙ୍କ ମହତ କାର୍ଯ୍ୟ ଦ୍ୱାରା ଉପକୃତ ହୋଇ ପାରିଛନ୍ତି । ଏଥିସହିତ ଷ୍ଟେସନ ଏହାର ପ୍ଲାଂଟ ଓ ଟାଉନସିପ୍ କ୍ୟାମ୍ପସ୍ ରେ ନିୟମିତ ଭାବେ ବ୍ଲିଚିଂ ପାଉଡ଼ର ସିଂଚନ ସହ ବିଶାଳ ପରିମଳ କାର୍ଯ୍ୟ ସମ୍ପାଦନ କରୁଛି । କୋଭିଡକୁ ରୋକିବା ଉଦ୍ଦେଶ୍ୟରେ ବିଭିନ୍ନ ବ୍ୟାନର ଏବଂ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀଗୁଡ଼ିକୁ ଏହାର କ୍ୟାମ୍ପସରେ ସ୍ଥାପିତ ବଡ଼ ଏଲଇଡି ସ୍କ୍ରିନ୍ ରେ ପ୍ରଦର୍ଶିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.