Home ଓଡ଼ିଶା କମିଶିନର ତଥା କୋଭିଡ୧୯ ନୋଡାଲ ଅଫିସର ଙ୍କ ମାଲକାନଗିରି ଗସ୍ତ,ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି...

କମିଶିନର ତଥା କୋଭିଡ୧୯ ନୋଡାଲ ଅଫିସର ଙ୍କ ମାଲକାନଗିରି ଗସ୍ତ,ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି କରୋନା ସ୍ଥିତି ପରଖି ଉନ୍ନୟନ କାର୍ଯ୍ୟ ର ସମିକ୍ଷା କଲେ

177

ମାଲକାନଗିରି,୨ା୫ (ଓଡିଆ ପୁଅ )ସମବାୟ,ଖାଦ୍ୟ ଯୋଗଣ ଖାଉଟିକଲ୍ୟାଣ କମିଶନର ସଚିବ ତଥା କୋଭିଡ୧୯ ନୋଡାଲ ଅଫିସର ବୀରବିକ୍ରମ ୟାଦବ ଆଜି ମାଲକାନଗିରି ଜିଲ୍ଲାଗସ୍ତ ରେ ଆସି ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା କୋଭିଡ-୧୯ ହସପିଟାଲ ପରିଦର୍ଶନ କରି କରୋନା ମୁକାବିଲା ଓ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ସଂପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି । କମିଶନର ଶ୍ରୀ ୟାଦବ ପ୍ରଥମେ ଗୋବିନ୍ଦପାଲି, ଖଇରପୁଟ, ଆମିଲପୁଟ,ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତନମୁନା କେନ୍ଦ୍ର,ପାଙ୍ଗାମ,ପାଣ୍ଡ୍ରୀପାଣି ଠାରେ ଖୋଲାଯାଇ ଥିବା କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି କ୍ୱାରେଟାଂଇନ ରେ ରହିଥିବା ବ୍ୟକ୍ତିମାନଙ୍କ ସୁବିଧି ଅସୁବିଧା କଥା ପଚାରି ବୁଝିଥିଲେ । କରୋନା ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ପୁରୁଣା ହସପିଟାଲରେ ଖୋଲା ଯାଇଥିବା କୋଭିଡ-୧୯ ହସପିଟାଲ ପରିଦର୍ଶନ କରି ସେଠାରେ ରୋଗୀଙ୍କ ପାଇଁ କିପରି ସୁବିଧା କରାଯାଇଛି, କୋଭିଡ ଡାକ୍ତର ଓ ଟିମ କିଭଳି ପ୍ରସ୍ତୁତ ରହିଛନ୍ତି, ବେଡ,ଆଇସିୟୁ, ଭେଟିଂଲେଟର ବ୍ୟବସ୍ଥା ସହ ହସପିଟାଲର ଭିତି ଭୁମି କିପରି ରହିଛି ସେ ସଂପର୍କରେ ସ୍ଥିତି ପରିଖିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସୁନ୍ଦର ଭାବେ କୋଭିଡ-୧୯ ହସପିଟାଲ ଖୋଲା ଯାଇ କରୋନା ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଥିବାରୁ କମିଶନର ଖୁସି ହୋଇ ଜିଲ୍ଲାପାଳ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । କରୋନା ମହାମାରି ସମଗ୍ର ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ମୁକାବିଲା ଓ ପ୍ରତିକାର ବ୍ୟବସ୍ଥା ସହ ଲକଡାଉନ ସମୟରେ ଗରିବ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ପାଇଁ ଜିଲ୍ଲାରେ କଣ ସବୁ ଉନ୍ନୟନମୁଳକ କାର୍ଯ୍ୟର ବ୍ୟବସ୍ଥା ହୋଇଛି ସେନେଇ ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ମାଲକାନଗିରି ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ଲକ ଡାଉନ କିଛି ମାତ୍ରାରେ କୋହଳ କରାଯାଇଛି, ଜିଲ୍ଲାରେ ଥିବା ଗରିବ ଶ୍ରମିକ ଓ ଜବକାର୍ଡ ଧାରୀ ମାନଙ୍କ ପାଇଁ କର୍ମ ସଂସ୍ଥାପନ ପାଇଁ ମନରେଗା,ପୂର୍ତ,ଗ୍ରାମ୍ୟ ଉନ୍ନୟନ, ଜଳପରିମଳ ବିଭାଗ ସହ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୁରତା ରକ୍ଷାକରି କାର୍ଯ୍ୟରେ ସିମଲ କରି ସେମାନଙ୍କ ଆର୍ଥିକ ପରିସ୍ଥିତୁକୁ ସୁଧାରିବା ଓ କୃଷକ,ଚାଷୀ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ, ଡିଏଫଓ ପ୍ରଦୀପ ମିରେସ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଡି ଡିଆରଡିଏ ବାଳକୃଷ୍ଣ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢୀ,ତହସିଲଦାର ଗୁଣନିଧି ନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦୀଲପ କୁମାର ସାମନ୍ତରାୟ ,ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ମାଲକାନଗିରି ବ୍ଲକ ଗନ୍ଧିପାଲି ବିିଇଡି କଲେଜରେ ଖୋଲା ଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଓ କ୍ୱାରେଟାଂଇନ ଗୃହ ପରିଦର୍ଶନ କରି କୋରାପୁଟ ଫେରି ଯାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.