Home କୋରାପୁଟ ନିଖୋଜ ବୃଦ୍ଧାଙ୍କ ଶବ ପାଡୁଆ ପାତାଳି ନଦୀରୁ ଉଦ୍ଧାର

ନିଖୋଜ ବୃଦ୍ଧାଙ୍କ ଶବ ପାଡୁଆ ପାତାଳି ନଦୀରୁ ଉଦ୍ଧାର

177

କୋରାପୁଟ : ୩୦/୩ (ଓଡିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକର ପାଡୁଆଥାନା ଅନ୍ତର୍ଗତ କୁଲାରସିଂ ଗ୍ରାମପଞ୍ଚାୟତ ର ଜଣେ ମହିଳା ସଉଦା କିଣି ଆଣିବା ପାଇଁ ଘରୁ ବାହାରି ଥିଲେ। ନିକଟସ୍ଥ ପାଡୁଆ ପାତାଳି ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ ପାଡୁଆଥାନା ଅନ୍ତର୍ଗତ ଆବରଡ଼ା ଗ୍ରାମର ବୁଦୁ ସମରେଡି ସ୍ତ୍ରୀ ଗୁରୁବାରୀ ସମରେଡି ବିଗତ କାଲି ସଉଦା ପତ୍ର କିଣି ଆଣିବା ପାଇଁ ଘରୁ ବାହାରି ଘରକୁ ଫେରି ନଥିଲେ। ଘରକୁ ନପେରିବାରୁ ଘରଲୋକେ ବହୁ ଖଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ।ନିଜ ଝିଅ ଦଳେଇ ପୁଟ ଗ୍ରାମକୁ ଯାଇଥିବା ଭାବି ରହି ଯାଇଥିଲେ।ପୁଣି ସକାଳୁ ଖୋଜାଖୋଜି କରୁଥିବା ସମୟରେ କୁମାର ପୁଟ ଡଙ୍ଗା ଘାଟ ପାତାଳି ନଦୀରେ ଏକ ଶବ ଭାସୁଥିବା ଦେଖି ତାହା ଗୁରୁବାରୀ ସମରେଡି ବୋଲି ଜଣାପଡ଼ିଥିଲା। କୋରାପୁଟ ଜିଲ୍ଲା ପରିଷଦ ଉପଧ୍ୟକ୍ଷ ଓ ସମିତି ସଭ୍ୟ ଅନ୍ତରାଜାମୀ ଗୁଣ୍ଠାଙ୍କ ଦ୍ଵାରା ମୃତ ଗୁରୁବାରୀଙ୍କ ପୁଅ କୃଷ୍ଣ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ନଦୀ ଘାଟରେ ପହଁଚି ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ।ଏନେଇ ପାଡୁଆଥାନାରେ ଅପ ମୃତ୍ୟୁ ମାମଲା ରୁଜୁ କରିଥିବା ଏଏସଆଇ ଶୁକ୍ରା ମାଡ଼ି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.