Home କୋରାପୁଟ  ନିଖୋଜପୁତ୍ରକୁ ଖୋଜିବାକୁ ଆର୍ଥିକ ସହାୟତା ପ୍ରଦାନ

 ନିଖୋଜପୁତ୍ରକୁ ଖୋଜିବାକୁ ଆର୍ଥିକ ସହାୟତା ପ୍ରଦାନ

76

କୋରାପୁଟ ୧୨-୦୫(ଓଡିଆ ପୁଅ /ରଂଜନ ଦାସ)ଜଣେ ବ୍ୟକ୍ତିଙ୍କର ନିଖୋଜପୁତ୍ରକୁ ଖୋଜିବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ପଂଚାୟତର କରଣଗୁଡା ଗ୍ରାମର ଦୀନବନ୍ଧୁ ଦଳେଇଙ୍କ ପୁତ୍ର ପ୍ରାୟ ୩ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ନିଖୋଜ ହୋଇଯାଇଥିଲେ ବୋଲି ଜଣାପଡିଛି ।ଅନେକ ଖୋଜାଖୋଜି ପରେ ମଧ୍ୟ ପୁତ୍ର ମିଳି ନ ଥିବାରୁ ବାପା ଓ ମା ପୁତ୍ରର ଆସିବା ବାଟକୁ ଚାହିଁ ବସିଛନ୍ତି ।ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି ।କୋରାପୁଟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ୧୦ ହଜାର ଟଙ୍କାର ଚେକକୁ ଦୀନବନ୍ଧୁଙ୍କୁ ପ୍ରଦାନ କରିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.