Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ଦ୍ୱିତୀୟ ଲହର ସଂକ୍ରମଣ ସଂଖ୍ୟା ୫୨୦କୁ ବୃଦ୍ଧି

ଭଣ୍ଡାରିପୋଖରୀ – ଦ୍ୱିତୀୟ ଲହର ସଂକ୍ରମଣ ସଂଖ୍ୟା ୫୨୦କୁ ବୃଦ୍ଧି

37

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ କୋଭିଡ ଦ୍ୱିତୀୟ ଲହରରେ ମୋଟ ସଂକ୍ରମଣ ସଂଖ୍ୟା ୫୨୦କୁ ବୃଦ୍ଧିପାଇଛି । ଆଜି ଗୋଟିଏ ଦିନରେ ବ୍ଲକ ଅଞ୍ଚଳରେ ୩୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ମାର୍ଚ୍ଚ ୨୧ ତାରିଖରେ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲା । ରାଜ୍ୟ ବ୍ୟାପି ଲକଡାଉନ ଚାଲିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ସଂକ୍ରମିତ ଗୃହକୁ ଆବଦ୍ଧ ଅଞ୍ଚଳ ଭାବେ ଗ୍ରହଣ କରାଯାଇ ଅନୁସଙ୍ଗିକ ପଦକ୍ଷେପ ନିଆଯାଇଛି । ରାଜେନ୍ଦ୍ରପୁର ପଞ୍ଚାୟତର ଥଇଳା ଓ ରାଜେନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ଗୃହକୁ ଆବଦ୍ଧାଞ୍ଚଳ ଭାବେ ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମଣ ବିରୋଧି ଟିକାକରଣରେ ଚାରି ଦିନରେ ୧୧୫୦ଜଣଙ୍କୁ ଦ୍ୱିତୀୟ ଡୋଜ ଟିକାପ୍ରଦାନ କରାଯାଇଛି । ଶନିବାର ଓ ସୋମବାର ମେଡିକାଲ ପରିସରରେ ଟିକାକରଣ କରାଯିବା ପରେ ଲୋକ ଗହଳିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଓ ବୁଧବାର ଭଣ୍ଡାରିପୋଖରୀ କଲେଜ ପରିସରରେ ଟିକାକରଣ ପ୍ରଶାସନ ଓ ପୁଲିସ ହେପାଜତରେ କରାଯାଇଛି । ହେଲେ ଆଉ ଟିକା ନଥିବାରୁ ଆଗାମୀ ଗୁରୁବାର ଟିକାଦାନ ହେବା ନେଇ ସଂଶୟ ପ୍ରକାଶ ପାଇଛି । ମେଡିକାଲ ଅଞ୍ଚଳରେ ୧୮ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ଅପେକ୍ଷାରେ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.