Home କୋରାପୁଟ ସରକାରୀ କାର୍ଯ୍ୟାଳୟ ବିଶୋଧନ କରାଗଲା

ସରକାରୀ କାର୍ଯ୍ୟାଳୟ ବିଶୋଧନ କରାଗଲା

32

କୋରାପୁଟ ୧୨-୦୫( ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାଳୟଗୁଡିକର  ବିଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,କୋରାପୁଟ ଆଦିବାସୀ ସମନ୍ନିତ ଆଦିବାସୀ ଉନ୍ନୟନ  ସଂସ୍ଥା କାର୍ଯ୍ୟାଳୟ , କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ,ଜିଲ୍ଲା ଅଭିଲେଖାଗାର ଉପବିଭାଗ କାର୍ଯ୍ୟାଳୟ ଓ ଡୁମୁରିପୁଟ ସ୍ୱାସ୍ଥ୍ୟ କେନ୍ଦ୍ରରେ   ବିଶୋଧକ ସ୍ପ୍ରେ କରାଯାଇଥିଲା ବୋଲି ବେସାମରିକ ପ୍ରତିରକ୍ଷା ବାହିନୀର ଉପନିୟନ୍ତ୍ରକ ରମାନାଥ ମିଶ୍ର ସୂଚନା ଦେଇଛନ୍ତି ।କୋରାପୁଟ ଅଗ୍ନିଶମ କାର୍ଯ୍ୟାଳୟର  ମାନସ ରାଉତରାୟ ,ବୈଷ୍ଣବ ନାୟକ ଓ ଦିଲିପ ଲାକ୍ରା ପ୍ରମୁଖ ଯୋଗଦେଇ ବିଶୋଧନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.