Home ଜିଲ୍ଲା ପରିକ୍ରମା ନିଖିଳ ଓଡ଼ିଶା ଠିକାଦାର ସଂଘ ଭଦ୍ରକ ଶାଖାର କର୍ମକର୍ତ୍ତା ନିର୍ବାଚନ

ନିଖିଳ ଓଡ଼ିଶା ଠିକାଦାର ସଂଘ ଭଦ୍ରକ ଶାଖାର କର୍ମକର୍ତ୍ତା ନିର୍ବାଚନ

25

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନିଖିଳ ଓଡ଼ିଶା ଠିକାଦାର ସଂଘ ଭଦ୍ରକ ଜିଲ୍ଲା ଶାଖାର ଏକ ଗୁରୁତ୍ୱ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଭଦ୍ରକ ଡ଼ାକବଙ୍ଗଳା ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠତ ସଭାରେ ଜିଲ୍ଲାର ସମସ୍ତ ବ୍ଲକର ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଠିକାଦାର ଯୋଗ ଦେଇଥିଲେ । ଆହୁତ ବୈଠକରେ ସର୍ବ ସମ୍ମତି କ୍ରମେ ବିଭିନ୍ନ ଠିକା କାର୍ଯ୍ୟରେ ଠିକାଦାର ମାନେ ଟେଣ୍ଡର ପ୍ରକ୍ରିୟାରେ ଲେସ୍‌ରେ ଟେଣ୍ଡର ନପକାଇ ସିଡ୍ୟୁଲରେଟରେ ଟେଣ୍ଡର ପକାଇବାକୁ ନିଷ୍ପତି ହୋଇଥିଲା । ଏହି ନିଷ୍ପତିକୁ ସମସ୍ତ ଠିକାଦାର ମାନେ ସମ୍ମତି ପ୍ରକାଶ କରିବାସହ ତାଳିମାରି ସ୍ୱାଗତ କରିଥିଲେ । ପରେ ଜିଲ୍ଲା ଶାଖା ସହସଙ୍ଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଂଘ ସଭାପତି ଭାବେ କୁମୁଦବନ୍ଧୁ ମହାପାତ୍ର, ଉପ ସଭାପତି ଅଜିତ କୁମାର ଦାସ, ସାଧାରଣ ସଂପାଦକ ପ୍ରଭାକର ନାୟକ, ସହ ସଂପାଦକ ରତ୍ନାକର ପାଣି, କୋଷାଧ୍ୟକ୍ଷ ସୂର୍ଯ୍ୟ କୁମାର ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ । ସଂଘପକ୍ଷରୁ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରାଯାଇଛି । ଠିକାଦାର ସୂର୍ଯ୍ୟ କୁମାର ମହାନ୍ତି, ଅଶ୍ୱିନୀ କୁମାର ଦାସ, ରାଜେଶ କୁମାର ଦାସ ଓ ପ୍ରଦୀପ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସଂଜୟ କୁମାର ମହାନ୍ତି, ସୁରେଶ ତ୍ରିପାଠୀ, ଜ୍ୟୋତିର୍ମୟୀ ସ୍ୱାଇଁ, ଅଶୋକ ପରିଡ଼ା, ପାର୍ଥସାରଥି ନାୟକ, ପିଣ୍ଟୁ ସ୍ୱରୂପ ମିଶ୍ର, ବିବେକାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଭାଶେଷରେ ବରିଷ୍ଠ ସଦସ୍ୟ ରମେଶ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.