Home ଜିଲ୍ଲା ପରିକ୍ରମା ନିଖିଳ ଉତ୍କଳ କ୍ଷେତ୍ରୀୟ ଖଣ୍ଡାୟତ ମହାସଭାର ରାଜ୍ୟସ୍ତରୀୟ ସମାବେଶ

ନିଖିଳ ଉତ୍କଳ କ୍ଷେତ୍ରୀୟ ଖଣ୍ଡାୟତ ମହାସଭାର ରାଜ୍ୟସ୍ତରୀୟ ସମାବେଶ

92

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରାଧୀନତାର ଭାରତ ବର୍ଷକୁ ସ୍ୱାଧୀନତାର ସ୍ୱାଦ ଚଖାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା କ୍ଷେତ୍ରୀୟ ଓ ଖଣ୍ଡାୟତମାନେ ଆଜି ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଏହି ଆମ ଦେଶରେ ବିବିଧ ଭାବେ ସମସ୍ତ ସରକାରୀ ଓ ବେସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇଆସୁଛନ୍ତି । ଏଭଳି ଏକ ମହାନ୍ ଯୋଦ୍ଧା ଜାତିର ପୂର୍ବସୁରୀମାନଙ୍କ ତ୍ୟାଗ ଓ ବଳିଦାନ ଆଜି ମଧ୍ୟ ହିମାଳୟ ଠାରୁ କନ୍ୟାକୁମାରୀ ଯାଏ ନିନାଦିତ ହୋଇଆସୁଥିବାବେଳେ ସେମାନଙ୍କ ବର୍ତ୍ତମାନର ବଂଶଧର ମାନେ ଯେଭଳି ରାଜନୈତିକ ଓ ପ୍ରଶାସନିକ ପଶାପାଲିର ଚକ୍ରବ୍ୟୁହରେ ନିର୍ଯ୍ୟାତିତ ହୋଇଆସୁଛନ୍ତି, ସେଥିରୁ ମୁକ୍ତି ପାଇବାକୁ ହେଲେ ଏହି ଜାତିର ସମସ୍ତ ଦାୟଦ ମାନେ ଏକଜୁଟ ହେବା ଆବଶ୍ୟକ ବୋଲି ଯାଜପୁର ଜିଲା ରସୁଲପୁର ବ୍ଲକ୍ କୁଆଖିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଭବନ ଠାରେ ନିଖିଳ ଉତ୍କଳ କ୍ଷେତ୍ରୀୟ ଖଣ୍ଡାୟତ ମହାସଭାର ରାଜ୍ୟସ୍ତରୀୟ ସମାବେଶରେ ବହୁ ବକ୍ତା ଆହ୍ୱାନ ଦେଇଛନ୍ତି ।

ଜିମୁତ ବାହନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏହି ମହାସଭା ପୂର୍ବରୁ ଅତିଥିମାନେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରିବା ପରେ ଶ୍ରୀଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗୀତାପାଠ ମଧ୍ୟରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ କ୍ୟାପଟେନ୍ ତ୍ରିଲୋଚନ ବିଶ୍ୱାଳ, ଅଧ୍ୟାପକ ବୀରେନ ରାୟ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ନିଖିଳ ସମାନ୍ତ, ଶଶିକାନ୍ତ ନାୟକ, ସୁବାଶିଷ ସାମଲ, ପ୍ରଦୀପ ସାମଲ, ବିନୋଦ ନାୟକ, ଦେବେନ୍ଦ୍ର ସ୍ୱାଇଁ, ଗୋବିନ୍ଦ ସାମଲ, ନିରଞ୍ଜନ ରଣସିଂହ, ସଂଗ୍ରାମ ସାହୁ, ଦେବଦର୍ଶି ସାହୁ, ଗଣେଶ ନାୟକ, କୁମରବର ନାୟକ ଓ ଅନନ୍ତ ସାହୁ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ କ୍ଷେତ୍ରୀୟ ଓ ଖଣ୍ଡାୟତ ଥାଇ ସଂଗଠିତ ହୋଇନପାରିବାରୁ ସାଲିସ ବିହୀନ ଏ ଲଢୁଆ ଜାତି ଅନ୍ୟମାନଙ୍କ ଦୟାର ପାତ୍ର ହେଉଛି ବୋଲି କହିଥିଲେ ଏବଂ ଆଗାମୀ ଦିନରେ ପ୍ରତି ବ୍ଲକ୍‌ରେ କ୍ଷେତ୍ରୀୟ ଖଣ୍ଡାୟତମାନଙ୍କୁ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ମହାସଭାରେ ରାଜ୍ୟର ୧୮ ଟି ଜିଲାର ୨ ଶହରୁ ଉର୍ଦ୍ଧ୍ୱ କ୍ଷେତ୍ରୀୟ ଖଣ୍ଡାୟତ ସଂଗଠକ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.