Home କେନ୍ଦୁଝର ବରାଙ୍ଗ ପ୍ରିମିୟର ଲିଗ, କୁଆଡ ଚମ୍ପିୟନ

ବରାଙ୍ଗ ପ୍ରିମିୟର ଲିଗ, କୁଆଡ ଚମ୍ପିୟନ

25

ହାଟଡ଼ିହି, ୨ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗ ଠାରେ ବଜରଙ୍ଗୀ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ବରାଙ୍ଗ ପ୍ରିମିୟର ଲିଗ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗନେଇଥିବାବେଳେ ଆଜି କୁଆଡ କ୍ରିକେଟ କ୍ଲବ ଶାଳଣିଆଁକୁ ୩ଉଇକେଟରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ଶାଳଣିଆଁ କ୍ରିକେଟ ଟିମ୍ ନିର୍ଦ୍ଧାରିତ ୧୬ଓଭରରେ ୧୨୫ରନ କରିଥିବାବେଳେ କୁଆଡ କ୍ରିକେଟ କ୍ଲବ ୭ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ପ୍ରାଚୀ ସୌରଭ ସାହା ଓ ମହେଶ୍ୱର ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସୁନୀଲ ସାହା ଓ ଅନିଲ ସାହା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । କୁଆଡର ହାପି ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଅରୁପ କୁମାର ସାହା ଓ କ୍ଲବର ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.