Home ଜିଲ୍ଲା ପରିକ୍ରମା ନିଆଁରେ ଜଳିଗଲେ ନବବଧୂ ; ସ୍ୱାମୀ ଅଟକ

ନିଆଁରେ ଜଳିଗଲେ ନବବଧୂ ; ସ୍ୱାମୀ ଅଟକ

135

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାହର ଚାରିମାସ ପରେ ନବବଧୂ ଜୀବନ୍ତ ଦଗ୍ଧ ହେବା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲା ସିମୁଳିଆ ଅଣ୍ଡରେଇ ଗାଁର ପ୍ରଜ୍ଞା ପରମିତା ଜେନା, ଭଦ୍ରକ ଜିଲା ସାବରଙ୍ଗ ଚକପୁର ଗାଁର ତପନ ଜେନାଙ୍କୁ ଚାରି ମାସ ତଳେ ବିବାହ କରିଥିଲେ । ତେବେ ଆଜି ହଠାତ୍ ପ୍ରଜ୍ଞା କିରୋସିନି ଢାଳି ଆତ୍ମହତ୍ୟା କରିଥିବା ନେଇ ଖବର ପାଇଥିଲେ ତାଙ୍କ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପ୍ରଜ୍ଞାଙ୍କ ପରିବାର ଲୋକେ ପହଞ୍ôଚ ଏହା ଏକ ଯୌତୁକ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଏନେଇ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫରେନସିକ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ପ୍ରଜ୍ଞାଙ୍କ ସ୍ୱାମୀ ତପନ ଜେନାଙ୍କୁ ଅଟକ ରଖାଯାଇଛି । ତେବେ ପରିବାରର ଅନ୍ୟ ସଦସ୍ୟମାନେ ଫେରାର ଥିବା ଜଣାପଡିଛି । ଏନେଇ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.