Home ଜିଲ୍ଲା ପରିକ୍ରମା ଆଠ ଦଫା ଦାବୀ ନେଇ ମିଳିତ କେନ୍ଦୀୟଶ୍ରମିକ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ଆଠ ଦଫା ଦାବୀ ନେଇ ମିଳିତ କେନ୍ଦୀୟଶ୍ରମିକ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

119

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଠଦଫା ଦାବୀ ନେଇ ମିଳିତ କେନ୍ଦୀୟ ଶ୍ରମିକସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମିଳିତ କେନ୍ଦୀୟ ଶ୍ରମିକ ସଂଗଠନ ଏଆଇସିସିଟିୟୁ, ସିଆଇଟିୟୁ, ଏଆଇଟିୟୁସି,ଆଇଏନ୍‌ଟିୟୁସି ପକ୍ଷରୁ ଶ୍ରମିକମାନଙ୍କ ନାର୍ଯ୍ୟ ଆଠଦଫା ଦାବୀକୁ ନେଇ ଆଜି ସାରା ଦେଶରେ ବିଭୋକ୍ଷ ଓ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ଏହି ବିକ୍ଷୋଭ ନେତୃତ୍ୱ ନେଇଥିଲେ ବିଭିନ୍ନ ଶ୍ରମିକ ସଂଗଠନର ଶ୍ରମିକନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି,ସମର ବଳ, ଦିବ୍ୟସିଂହ ନାୟକ, ରାଧା ଦାଶ,ଶୁବାସିଶ ନାୟକ, ଜୟନ୍ତି ବିଶ୍ୱାଳ, ରମେଶ ଜେନା, ନବ ବେହେରା, କାଳନ୍ଦୀ ପାତ୍ର, ବିମ୍ବାଧର ବାରିକ, ରବିନ୍ଦ ସେଠୀ, ଜୀବନ ମଲ୍ଲିକ, ସଂଗ୍ରାମ ବଳ,ଚିତରଞ୍ଜନ ବେହେରା,ରମାକାନ୍ତ ଦାସ,କିଶୋର ଜେନା,ଜଗନ୍ନାଥ ବେହେରା, ନୃସିଂହ ଦାସ, ରବିନ୍ଦ୍ର ବାରିକ ,ନାରାୟଣଚନ୍ଦ୍ର ଜେନା, ସରସ୍ୱତୀ ହାତୀ, ମଣ୍ଟୁ ମୁଣ୍ଡା, ସୁବ୍ରତ ସାମଲ, ଜଗନ୍ନାଥ ରାଉତ, ସେକ୍ ଅବଦୁଲ ରହେମାନ, ସେକ୍‌କାଲୁ, ଶଶିକାନ୍ତ ସାହୁ,ଗୌତମ ରାଉତ, ଚିତ୍ରସେଣ ଯେନା,ରମାକାନ୍ତ ଦାଶ, ଅଭିମନ୍ୟୁ ବାରିକ,ନିରଞ୍ଜନ ନାୟକ,ମିଥୁନ ପାତ୍ର,ଦୀନବନ୍ଧୁ ବେହେରା ଓ ସାନିଗୋ ମାରାଣ୍ଡି.ଗାୟତ୍ରୀ ବେହେରା ପ୍ରମୁଖ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଶ୍ରମିକମାନଙ୍କର ନାର୍ଯ୍ୟଦାବୀ ଶ୍ରମଆଇନ୍‌କୁ ସଂଶୋଧନ ଓ ଶ୍ରମକୋର୍ଡକୁ ବାତିଲ କରିବା, େଦୈନିକ କାର୍ଯ୍ୟ ସମୟ ଆଠଘଣ୍ଟାରୁ ବାରଘଣ୍ଟାକୁ ବୃଦ୍ଧି ଆଦେଶକୁ ବାତିଲ କରିବା, ପ୍ରବାଶୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ବର୍ଷକୁ ୨ଶହଦିନ ମନରେଗା କାମ ଓ େଦୈନିକ ମଜୁରି ଛହଶହ ଟଙ୍କା ହିସାବରେ ଦେବା, ରାଷ୍ଟ୍ରାୟତ ଶିଳ୍ପର ଅଂଶଧନକୁ ବିକ୍ରୀ ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ବିନିଯୋଗକୁ ବନ୍ଦ କରାଯିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପ୍ରେନସନ୍ ମାନଙ୍କ ମହଙ୍ଗା ଭତ୍ତାର ପ୍ରଦାନ କ୍ଷେତ୍ରରେ ଥିବା କଟକଣା ଉଠାଇ ଦେବା , ଠିକାଚାଷୀ ଅଧ୍ୟ୍ୟଦେଶ ଓ ଅତ୍ୟାବଶ୍ୟକୟ ଦ୍ରବ୍ୟ ସଂଶୋଧନ ଅଧ୍ୟ୍ୟାଦେଶ ବାତିଲ କରିବା,ଆୟକାର ଦେଉନଥିବା ସମସ୍ତ ପରିବାରଙ୍କୁ ମାସିକ ଦଶହଜାର ଟଙ୍କା ଲେଖାଏଁ ଛଅମାସର ଅର୍ଥ ପ୍ରଦାନ କରିବା, ସମସ୍ତ ପଂଞ୍ଜୀକୃତ ଓ ଅଣପଂଞ୍ଜୀକୃତ ଶ୍ରମିକମାନଙ୍କୁ ଅତିକମ୍‌ରେ ଛଅମାସ ପାଇଁ ବ୍ୟକ୍ତିପିଛା ଦଶକିଲୋ ଖାଦ୍ୟଶସ୍ୟ ଯୋଗାଇଦେବା ଦାବୀନେଇ ଶ୍ରମିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା ।

 

 

ଦେଶର ୨୪କୋଟିରୁ ଉର୍ଦ୍ଧଲୋକମାନେ ନିଜର ଜୀବିକା ଓ କର୍ମସଂସ୍ଥାନ ହରାଇ ସାରିଲାଣି । ବେକାରୀ ସଂଖ୍ୟା ଆକାଶ ଛୁଆଁ ହୋଇ ୨୭ପ୍ରତିଶତରେ ପହଞ୍ଚିଲାଣି । ଆର୍ନ୍ତଜାତିକ ଶ୍ରମ ସଂଗଠନ ଆଇଏଲଓ ରିପୋର୍ଟ ଆନୁଯାଇ ୪୦କୋଟିରୁ ଉର୍ଦ୍ଧଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି । ବିଶେଷଜ୍ଞ ଙ୍କ ମତରେ ଗରିବ,ଦୃଷ୍ଟିହୀନତା ଓ ଅନାହାର କାରଣରୁ ମୃତ୍ୟୁ ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଛି ।୧୯୫୫ ମସିହାରେ ଅତ୍ୟବଶ୍ୟକ ସାମଗ୍ରିକ ଆଇନ୍ ସଂଶୋଧନ କରି କୃଷକ ଓ ସାଧାରଣ ଖାଉଟି ବିରୋଧୀ ନୀତିକୁ ତୀବ୍‌୍ରତର କରିଛି । ବହୁ ଆଡମ୍ବରରେ ଲଘୁକ୍ରୀୟା ପରି ତଥାକଥିତ ୨୦ଲକ୍ଷ କୋଟିର ପ୍ୟାକେଜ୍ ଗରିବ ମଣିଷପ୍ରତି କୃର୍ ଉପହାସ । ଏହି ପ୍ୟାକେଜ୍‌ରେ ସାଧାରଣ ଲୋକ,ଚାଷୀ ଓ ଶ୍ରମିକମାନଙ୍କ ପାଇଁ ବାସ୍ତବ କ୍ଷେତ୍ରରେ ଜିଡିପିର ଏକପ୍ରତିଶତରୁ ମଧ୍ୟ୍ୟ କମ୍ । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ପ୍ରତିବାଦ ସତ୍ତେ ଅଡଚାଳିଶ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ଅଡସଠି ଲକ୍ଷ ପ୍ରେନସନ୍ ଧାରୀଙ୍କ ମହଙ୍ଗା ଭତ୍ତା ସରକାର ବହନ କରିଛନ୍ତି ।ରାଜ୍ୟ ସରକାର କର୍ପୋରେଟ୍ ସ୍ୱାର୍ଥରେ ଶ୍ରମଆଇନ୍ ସଂଶୋଧନ କରୁଛନ୍ତି । କାରଖାନା ଆଇନ୍ ୧୯୪୮କୁ ପରିବର୍ତ୍ତନ କରି ଦୌନିକ ଶ୍ରମନିଘଣ୍ଟକୁ ଆଠଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି, ଶିଳ୍ପବିବାଦ ଆଇନ୍ ୧୯୪୭କୁ ପରିବର୍ତ୍ତନ କରି ୩ଶହ ଶ୍ରମିକ ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା କାରଖାନାରେ ତାଲାବନ୍ଦ ଓ ଶ୍ରମିକ ଛଟେଇ ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏହି କାରଖାନାଗୁଡିକରେ ଶ୍ରମଆଇନ୍‌ଗୁଡିକ କାର୍ଯ୍ୟକାରୀ ହେଉଛି କିନାହିଁ ତାହା ଆଉ ଶ୍ରମବିଭାଗ ତଦାରକ କରିପାରିବ ନାହିଁ ।ଫଳରେ ଶ୍ରମିକ ଶୋଷଣ ସୀମା ରହିବ ନାହିଁ । ଶ୍ରମିକର ଅଜିତ ଛୁଟିକୁ ୨୪୦ଦିନରୁ ୧୮୦ଦିନକୁ କମାଇ ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରମିକ ସଂଗଠନର ନେତାମାନେ ତାଙ୍କର ବକ୍ତବ୍ୟରେ କହିଥଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.