Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ବନ ମହୋତ୍ସବ ସପ୍ତାହ ୨୦୨୦’ କାର୍ଯ୍ୟକ୍ରମ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ବନ ମହୋତ୍ସବ ସପ୍ତାହ ୨୦୨୦’ କାର୍ଯ୍ୟକ୍ରମ

136

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଂ ସମଗ୍ର ବିଶ୍ୱ ପାଇଁ ଏବେ ବିପଦ ସୃଷ୍ଟି କରୁଛି । ପ୍ରତ୍ୟେକ ବର୍ଷ ପୃଥିବାର ତାପମାନ ବୃଦ୍ଧି ହେବା ସହ ଧିରେ ଧିରେ ଏହା ଏକ ଉତପ୍ତ ପିଣ୍ଡ ପାଲଟିବାକୁ ବସିଲାଣି । ଏଭଳି ସ୍ଥିତିରେ ପରିବେଶ ସନ୍ତୁଳନ ବଜାୟ ରଖିବା ସହ ସବୁଜ ବଳୟ ସୃଷ୍ଟି କରିବା ପାଇଁ ବିପୁଳ ବୃକ୍ଷରୋପଣର ଆବଶ୍ୟକତା ରହିଛି । ଏହିକ୍ରମରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ପୋର୍ଟ ପାରିପାଶ୍ୱର୍ରେ ଥିବା ୯ଟି ଗ୍ରାମ ପଞ୍ଚାୟତରେ ବନ ମହୋତ୍ସବ ସପ୍ତାହ ୨୦୨୦ ଆରମ୍ଭ ହୋଇଛି । ସ୍ଥାନୀୟ ଅଧିବାସୀ, ଗ୍ରାମ ପଞ୍ଚାୟତ ଓ ଆଦାନୀ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଜୁଲାଇ ୭ ପର୍ଯ୍ୟନ୍ତ ଚାଲିବ । ସ୍ୱେଚ୍ଛାକୃତ ଯୋଗଦାନ ସହିତ ସ୍ଥାନୀୟ ଅଧିବାସୀମାନେ ଗାତ ଖୋଳିବା ପାଇଁ ଶ୍ରମଦାନ କରିବା ସହ ଫାର୍ମ ପ୍ରସ୍ତୁତ ଖତସାର ଯୋଗାଇବା, ଗଛର ସୁରକ୍ଷା ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନେଇଛନ୍ତି । ଏହି ଅଭିଯାନରେ ଗ୍ରାମ୍ୟ ରାସ୍ତା, ସ୍କୁଲ ପରିସର, ପଞ୍ଚାୟତ ଅଫିସ୍ ଓ ସାଧାରଣ ସ୍ଥାନମାନଙ୍କରେ ବୃକ୍ଷରୋପଣ କରାଯିବ । ଆଦାନୀ ପକ୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୫ଟି ପ୍ରଜାତିର ୧୦୦ଟି ଜଙ୍ଗଲୀ ବୃକ୍ଷ ଯୋଗାଇ ଦିଆଯାଇଛି । ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ ଆଦାନୀ ଫାଉଣ୍ଡେସନ ଓ ଏହାର ଉଦ୍ୟାନ କୃଷି ବିଭାଗ ଦ୍ୱାରା ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.