Home ଜିଲ୍ଲା ପରିକ୍ରମା କିଶୋର ନ୍ୟାୟ ଅଧିନିୟମ (ଯତ୍ନ ଓ ସୁରକ୍ଷା) ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର, ଆଇନ ସଂପର୍କିତ...

କିଶୋର ନ୍ୟାୟ ଅଧିନିୟମ (ଯତ୍ନ ଓ ସୁରକ୍ଷା) ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର, ଆଇନ ସଂପର୍କିତ କର୍ମଶାଳା

76

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍‌, ଭଦ୍ରକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଗରଦପୁର, ଭଦ୍ରକଠାରେ କିଶୋର ନ୍ୟାୟ ଅଧିନିୟମ (ଯତ୍ନ ଓ ସୁରକ୍ଷା)ଙ୍କ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ୍ ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କର୍ମଶାଳାରେ ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍‌, ଭଦ୍ରକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ଭଦ୍ରକ, ନେହା ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁକ୍ତିରଞ୍ଜନ ଶତପଥି, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ), ଭଦ୍ରକ, ଗିରିଜା ଶଙ୍କର ବୀର, ଜେ.ଏମ୍‌.ଏଫସି, ଇପସିତା ତରାଇ, ପ୍ରୋଜେନସ, ନିରାକାର ଜେନା, ସଭାପତି, ଭଦ୍ରକ ବାର୍ ଆସୋସିଏସନ, ଭଦ୍ରକ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସଭାପତି ଝରଣା ପଟ୍ଟନାୟକ, ପରିଚାଳକ ହୃଷିକେଶ ମହାନ୍ତି, ସଂପାଦକ ଅଶୋକ କୁମାର ଦାସ, ଭଦ୍ରକ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲ ଓକିଲ ରାଜିବ କୁମାର ମହାନ୍ତି, ଡ. ତାପସ କୁମାର ମହାନ୍ତି ଓକିଲ ବିଶ୍ୱରଞ୍ଜନ ଦାସ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ସଂବିଧାନ କିଶୋର ମାନଙ୍କ ଅଧିକାରକୁ ସ୍ୱୀକୃତିଦେବା ସହ ଏହା ଯେପରି ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେସବୁ ଉପରେ ଦୃଷ୍ଟି ଦିଆଯାଇ, କିଶୋର ନ୍ୟାୟ ଅଧିନିୟମ (ଯତ୍ନ ଓ ସୁରକ୍ଷା) ଆଇନ୍ ୨୦୧୫ର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା ତଥା ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ସଂପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇ ପିଲାମାନଙ୍କୁ ଆଗକୁ ଜାଣିବାସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.