Home Top News ନାରଦା ଷ୍ଟିଙ୍ଗ ମାମଲା: ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ସସର୍ତ୍ତ...

ନାରଦା ଷ୍ଟିଙ୍ଗ ମାମଲା: ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ସସର୍ତ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ

82

କୋଲକାତା ୨୮ ମଇ (ଓଡ଼ିଆ ପୁଅ) ନାରଦା ଷ୍ଟିଙ୍ଗ ମାମଲାରେ ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ୪ ଜଣ ନେତା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି।

ନାରଦା ଷ୍ଟିଙ୍ଗ ମାମଲାରେ ଏକ ସପ୍ତାହରୁ ଅଧିକ ସମୟ ଧରି ଗିରଫ ହୋଇଥିବା ବଙ୍ଗଳା ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ କୋଲକାତା ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶୁକ୍ରବାର ଏହି ଚାରିଜଣ ନେତାଙ୍କ ଆବେଦନ ଶୁଣାଣି ବେଳେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅନୁମୋଦନ କରିଛନ୍ତି। ନିକଟରେ ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ଟିଏମସି ସରକାରୀ ମନ୍ତ୍ରୀ ଫରହାଦ ହାକିମ, ସୁବ୍ରତ ବାନାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କୁ ଗିରଫ କରିଥିଲା। ଏହା ବ୍ୟତୀତ କୋଲକାତାର ପୂର୍ବତନ ମେୟର ସୋଭନ ଚାର୍ଟଜୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ମନ୍ତ୍ରୀ ଗିରଫ ହେବା ପରେ ମମତା ବାନାର୍ଜୀ କହିଥିଲେ ଏହା ଏକ ପ୍ରତିଶୋଧ ଭଳି କଥା ବୋଲି।

ଦୁଇ ଟିଏମସି ମନ୍ତ୍ରୀଙ୍କ ସମେତ ଏହି ଚାରିଜଣ ନେତାଙ୍କୁ ୨ ଲକ୍ଷ ଟଙ୍କା ବଣ୍ଡ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ତଦନ୍ତରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଚାରିଜଣ ନେତା ଯୋଡ଼ି ହେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନେତାମାନଙ୍କୁ ନାରଦା ମାମଲା ସମ୍ପର୍କରେ ଗଣମାଧ୍ୟମରେ ବିବୃତ୍ତି ଦେବାକୁ ବାରଣ କରାଯାଇଛି। ଏହା ବ୍ୟତୀତ କୌଣସି ସାକ୍ଷାତକାରରେ ଗଣମାଧ୍ୟମଆଗରେ ଏହି ମାମଲା ବିଷୟରେ କଥାବାର୍ତ୍ତା କରିପାରିବେ ନାହିଁ।

ସର୍ତ୍ତଗୁଡିକର ଉଲ୍ଲଂଘନ କଲେ ବେଲ୍ ବାତିଲ୍‌ ହେବ

ଯଦି ସେମାନେ କୌଣସି ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ବେଲ ପ୍ରତ୍ୟାହାର କରାଯିବ ବୋଲି ଚେତାବନୀ ଦେଇ ଏହି ଚାରିଜଣ ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ, ମେ ୧୯ ରେ, ଡିଭିଜନ୍ ବେଞ୍ଚ ଚାରିଜଣ ନେତାଙ୍କୁ ଗୃହବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାସ୍ତବରେ, କୌଣସି ନିଷ୍ପତ୍ତି ଉପରେ ଡିଭିଜନ୍ ବେଞ୍ଚ ମଧ୍ୟରେ କୌଣସି ସହମତି ହୋଇ ନଥିଲା। ଏହା ପରେ ମାମଲା ୫-ଜଜ୍ ସାମ୍ବିଧାନିକ ବେଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ଏହି ଚାରିଜଣ ନେତାଙ୍କ ଆବେଦନ ଶୁଣାଣି କରି କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ ଦେଇଛନ୍ତି। ଏହାପୂର୍ବରୁ କୋର୍ଟଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ପୁନଶ୍ଚ ସୂଚନା ଯୋଗ୍ୟଯେ, ଗତ ଶୁକ୍ରବାରଦିନ ଜଷ୍ଟିସ ଅରିଜିତ ବାନାର୍ଜୀ ୪ ଜଣ ଟିଏମସି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆଦେଶ ଦେଇଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟବିଚାର ପତି ରାଜେଶ ବିନ୍ଦଲ ଏକ ଭିନ୍ନ ଆଦେଶ ଦେଇ କହିଥିଲେ ଯେ ସେମାନଙ୍କୁ ଗୃହବନ୍ଦୀରେ ରଖାଯିବା ଆବଶ୍ୟକ।

ତେବେ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରସଙ୍ଗ ବୃହତ ବେଞ୍ଚକୁ ସୂଚିତ କରାଯାଇଥିଲା। ଇତି ମଧ୍ୟରେ ଏହି ନେତାମାନେ ଗୃହବନ୍ଦୀରେ ରହିଥିଲେ।

ଏହି ଗୃହବନ୍ଦୀ ଆଦେଶ ବିରୁଦ୍ଧରେ ସୁପ୍ରୀମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସିବିଆଇ। କିନ୍ତୁ ଯେହେତୁ ଏହି ମାମଲାର ଶୁଣାଣି ବୃହତ ବେଞ୍ଚକୁ ସୂଚିତ କରାଯାଇଥିଲା ପରବର୍ତ୍ତୀ ସମୟରେ ସିବିଆଇ ସୁପ୍ରୀମ କୋର୍ଟରେ ଦାଖଲ କରିଥିବା ଅପିଲ୍‌ ପେରସ୍ତ ନେଇଥିଲା।

ଉଲ୍ଲେଖଯୋଗ୍ୟଯେ, ଦୁଇଜଣ ମନ୍ତ୍ରୀ ଫରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିବା ବେଳେ ମଦନ ମିତ୍ର ଜଣେ ବିଧାୟକ ଏବଂ ସୋଭନ ଚାଟାର୍ଜୀ କଲିକତାର ପୂର୍ବତନ ମେୟରଙ୍କୁ ସିବିଆଇ ନାରଦା ମାମଲାରେ ଗିରଫ କରିଥିଲା। ଏହାପରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

ଗତ ସପ୍ତାହ ସୋମବାର ସକାଳେ ସେମାନଙ୍କୁ ସେମାନଙ୍କ ବାସଭବନରୁ ଉଠାଇ ନିଆଯାଇଥିଲା ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ଟିଏମସି ସରକାରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ବିବାଦ ସୃଷ୍ଟି ହୋଇଥିଲା।

ସିବିଆଇର ସ୍ୱତନ୍ତ୍ର ବିଚାରପତି ଅନୁପମ ମୁଖାର୍ଜୀ ଏହି ଚାରିଜଣ ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

ସ୍ୱତନ୍ତ୍ର ବିଚାରପତି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଥିଲେ ଯେ, ସିବିଆଇ ପଚରାଉଚରା ପାଇଁ ଚାରିଜଣ ଅଭିଯୁକ୍ତଙ୍କ ହେପାଜତ ମାଗିନଥିଲା କିନ୍ତୁ ପ୍ରାର୍ଥନା ନ୍ୟାୟିକ ହେପାଜତ ପାଇଁ ଥିଲା ଯାହା ଗିରଫ କରିବା ପାଇଁ ଆଧାର ହୋଇପାରିବ ନାହିଁ।

ଏହି ନିର୍ଦ୍ଦେଶକୁ ବିଚାର କରି ଅଭିଯୁକ୍ତ ବ୍ୟକ୍ତି ଯଥା ମଦନ ମିତ୍ର, ଫିରହାଦ୍ ହାକିମ @ ବବି ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ସୋଭାନ ଚାଟାର୍ଜୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସେମାନଙ୍କୁ ୫୦, ୦୦୦ ଟଙ୍କାର ବଣ୍ଡରେ ଜାମିନ ପ୍ରଦାନ କରାଯାଇଥିଲା।

କୌତୁହଳର ବିଷୟ, ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନରେ ସ୍ୱତନ୍ତ୍ର ଅଦାଲତ ନିକଟରେ ହୋଇଥିବା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରି COVID-19 ସଂକ୍ରମଣରୁ ରକ୍ଷା ପାଇବା ପାଇଁ କହିଥିଲେ।

ଏହା ପରେ ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କ ଆଦେଶ ବିରୋଧରେ ହାଇକୋର୍ଟକୁ ଯାଇଥିଲା।

ସମସ୍ତ ଚାରି ଟିଏମସି ନେତାଙ୍କୁ କଲିକତା ହାଇକୋର୍ଟ ନ୍ୟାୟିକ ହେପାଜତକୁ ପଠାଇଥିଲେ ତେବେ ଏହି ମାମଲାର ଶୁଣାଣି କରି କଲିକତା କୋର୍ଟ ଗୃହବନ୍ଦୀ ଆଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.