Home କୋରାପୁଟ କୋରାପୁଟ ମେଡିକାଲ କଲେଜରେ  ସ୍ୱାସ୍ଥ୍ୟ ବିଭାଗର ଡେପୁଟେସନରେ ଥିବା ଗ୍ରୁପ-ଡି କର୍ମଚାରୀଙ୍କୁ ବଦଳି ନ କରିବାକୁ...

କୋରାପୁଟ ମେଡିକାଲ କଲେଜରେ  ସ୍ୱାସ୍ଥ୍ୟ ବିଭାଗର ଡେପୁଟେସନରେ ଥିବା ଗ୍ରୁପ-ଡି କର୍ମଚାରୀଙ୍କୁ ବଦଳି ନ କରିବାକୁ ଦାବି

42

କୋରାପୁଟ ୨୮-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡେପୁଟେସନରେ ଥିବା ଗ୍ରୂପ-ଡି କର୍ମଚାରୀମାନଙ୍କୁ ବଦଳି ନ କରିବାକୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କର୍ମଚାରୀ ସଂଘ ତରଫରୁ ଦାବି କରାଯାଇଛି ।ମେଡିକାଲ କଲେଜ ଓ ହସପିଟାଲରେ ଯେ ପର୍ଯ୍ୟନ୍ତ ଝାଡୁଦାର , ସହାୟକ ଓ ରୋଷେୟା ନିଯୁକ୍ତି ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ କାହାରିକୁ ବଦଳି ନ କରିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିଠି ଦେଇଥିବା କୋରାପୁଟ ପ୍ରେସ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଭାପତି ଲକ୍ଷ୍ମଣ ହରିଜନ ପ୍ରକାଶ କରିଛନ୍ତି ।କିନ୍ତୁ କୋରାପୁଟ ସିଡିଏମଓ କୈାଣସି ଚିଠିକୁ ଗୁରୁତ୍ୱ ନ ଦେଇ ଗତ ଫେର୍ବୁଆରୀ ମାସ ୨୪ ତାରିଖ ଓ ଚଳିତ ମାସ ୨୧ ତାରିଖରେ ବାରମ୍ବାର ବଦଳି କରିବାକୁ ନିର୍ଦ୍ଦେଶ ଦେବା ସହ ଦରମା ବନ୍ଦ କରିବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଥିଲେ ।କୋରାପୁଟ ମେଡିକାଲ କଲେଜ ହସପିଟାଲର ଅକ୍ସିଜେନ , ସର୍ଜରୀ , ଚକ୍ଷୁ , ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆମ୍ଭର କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ।ଯଦି ଏଠାରୁ ଆମ୍ଭେମାନେ ବଦଳି ହୋଇଯିବୁ ତେବେ କାର୍ଯ୍ୟ ଠପ ହୋଇଯିବ ବୋଲି ସେ  ସୂଚନା ଦେଇଛନ୍ତି ।ତେଣୁ କୋରାପୁଟ ମେଡିକାଲ କଲେଜ ହସପିଟାଲରେ ନିୟମିତ କର୍ମଚାରୀ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ  ଗ୍ରୂପ-ଡି କର୍ମଚାରୀମାନଙ୍କୁ ବଦଳି ନ କରିବାକୁ ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ମେଡିକାଲ କର୍ମଚାରୀ ସଂଘର ଯୁଗ୍ମ ସଂପାଦକ ମିର ମୁସ୍ତାକିମ ଅଲ୍ଲି ,କୋରାପୁଟ ସଂଘର ଉପସଭାପତି ପିତାମ୍ବର ଗଲୋରୀ,ସଂପାଦକ କୁମୁଦ ଗଲୋରୀ , କୋଷାଧ୍ୟକ୍ଷ ମାଧବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ସଦର ମହକୁମା ଡାକ୍ତରଖାନା  ଏଠାରେ ଥିବା ସମୟରେ ଗ୍ରୂପ-ଡି କର୍ମଚାରୀମାନେ ରହି କାର୍ଯ୍ୟ କରୁଥିଲେ ।ସଦର ମହକୁମା ଡାକ୍ତରଖାନା ଜୟପୁରକୁ ସ୍ଥାନାନ୍ତର ହେବାପରେ ସେଠାରେ କର୍ମଚାରୀ ଅଭାବ ରହିଥିବାରୁ ସେମାନଙ୍କୁ ମେଡିକାଲ କଲେଜ ହସପିଟାଲରୁ ରିଲିଭ କରାଯାଇଛି ବୋଲି କୋରାପୁଟ ସିଡିଏମଓ ଡାକ୍ତର ମକରନ୍ଦ ବେଉରା ପ୍ରକାଶ କରିଛନ୍ତି ।ନିୟମନୁସାରେ ରିଲିଭ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.