Home Top News ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୪୩ ତମ ଜିଏସଟି ପରିଷଦ ବୈଠକ ଆରମ୍ଭ : ମହାମାରୀ ସମୟରେ ଜୀବନ...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୪୩ ତମ ଜିଏସଟି ପରିଷଦ ବୈଠକ ଆରମ୍ଭ : ମହାମାରୀ ସମୟରେ ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସଟି ହଟାଇବାକୁ କଂଗ୍ରେସର ଦାବି

91

ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୩ ତମ ଜିଏସଟି ପରିଷଦ ବୈଠକର ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ବିଭିନ୍ନ ରାଜ୍ୟ ତଥା ୟୁଟିର ଅର୍ଥମନ୍ତ୍ରୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

ଅପର ପକ୍ଷରେ ୪୩ ତମ ଜିଏସଟି ପରିଷଦ ବୈଠକ ପୂର୍ବରୁ କୋଭିଡ ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସଟି ହଟାଇବାକୁ କଂଗ୍ରେସ ଦାବି କରିଛି।

ଏ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ୍‌ କରିଛନ୍ତି। ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତିଯେ,

“ମହାମାରୀ ସମୟରେ ଅକ୍ସିଜେନ, ଭେଣ୍ଟିଲେଟର, ଟିକା ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ଚିକିତ୍ସା ଦ୍ରବ୍ୟ ଉପରେ ଜିଏସ୍ଟି ଲାଗୁ କରିବା ନିଷ୍ଠୁର ଏବଂ ସମ୍ବେଦନଶୀଳ ଅଟେ।”

“ଆଜିର ଜିଏସ୍‌ଟି ପରିଷଦ ବୈଠକରେ ସରକାର ସମସ୍ତ ଜୀବନ ରକ୍ଷାକାରୀ ଔଷଧ ଏବଂ ଉପକରଣରୁ ଜିଏସ୍ଟିକୁ ହଟାଇବା ଉଚିତ ଯାହାକି କୋଭିଡ ସହିତ ଲଢ଼ିବା ପାଇଁ ବ୍ୟବହୃତ ହେଉଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.