Home ଓଡ଼ିଶା ନାବାଳିକାର ଅଶ୍ଳୀଳ ଫଟୋ ଶୋସିଆଲ ମିଡିଆରେ ଭାଇରାଲ କରି ଯୁବକ ଜେଲ ଗଲେ

ନାବାଳିକାର ଅଶ୍ଳୀଳ ଫଟୋ ଶୋସିଆଲ ମିଡିଆରେ ଭାଇରାଲ କରି ଯୁବକ ଜେଲ ଗଲେ

731

ନୟାଗଡ/୨୧/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ସାରା ରାଜ୍ୟରେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଉଦ୍‌ବେଗ ବଢିାବରେ ଲାଗିଛି। ସେହିଭଳି ଏକ ଅଶ୍ଳୀଳ ଫଟୋ ଭାଇରାଲ ଘଟଣାର ପର୍ଦ୍ଦାଫାସ କରିଛି ନୟାଗଡ ଜିଲ୍ଲା ରଣପୁର ପୋଲିସ୍। ରଣପୁର ଥାନା ମଝିଆଖଣ୍ଡ ଅଂଚଳରୁ ଏକ ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ ହେବାରେ ଲାଗିଥିଲା। ଯୁବକ ଜଣକ ଯୁବତୀକୁ ଏକ ତରଫା ପ୍ରେମ କରି ବ୍ଲାକ୍‌ମେଲ କରି ଚାଲିଥିଲା। ଯାହାକୁ ନେଇ ନାବାଳିକା ତରଫରୁ ରଣପୁର ଥାନାରେ ଅଭିଯୋଗ କରାଯାଇଥିଲା। ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଘଟଣାର ତଦନ୍ତ କରି ଭାଇରାଲ କରିଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ଯୁବକ ଜଣକ ହେଉଛନ୍ତି ମଝିଁଆଖଣ୍ଡ ପଂଚାୟତ ତେଲିପାଟଣା ଗ୍ରାମର ଅନିଲ ରାଉତ (୨୪)। ଇନିସ୍‌ପେକ୍ଟର ରଶ୍ମିରଂଜନଙ୍କ ସୂଚନା ଅନୁଯାୟୀ ଅନେକ ଯୁବକ ଏହିପରି କାର୍ଯ୍ୟରେ ସଂଶ୍ଳିଷ୍ଟ ଅଛନ୍ତି। ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ। ଏହି ନାବାଳିକାର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଜେଲ ଯାଇଥିବା ଯୁବକର ଜାମିନ୍ ନାମଂଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.