Home ଜିଲ୍ଲା ପରିକ୍ରମା ପରିତ୍ୟକ୍ତ ନଳକୂପ, ଗ୍ରାମବାସୀ ପାନୀୟଜଳ ପାଇଁ ହତାଶ

ପରିତ୍ୟକ୍ତ ନଳକୂପ, ଗ୍ରାମବାସୀ ପାନୀୟଜଳ ପାଇଁ ହତାଶ

141

ନୟାଗଡ/୨୧/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ରାଜ୍ୟ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଯୋଜନାକୁ ଅଣଦେଖା କରୁଥିବାରୁ ଶୁଦ୍ଧ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଖତିଆ ଗ୍ରାମ ପଂଚାୟତ ର ୪ନମ୍ବର ୱାର୍ଡ ଗୋଡିପଦା ସାହିରେ। ନଳକୂପରୁ ନିର୍ଗତ ମଇଳା ଜଳ ଯିବା ପାଇଁ କେଉଁଆଡେ ରାସ୍ତା ନାହିଁ। ତେଣୁ ନଳକୂପଟି ପଚା ଜଳରେ ପରିପୁର୍ଣ୍ଣ ହୋଇ ରହିଅଛି। ଯାହା ଫଳରେ ଲୋକମାନେ ପାନୀୟଜଳ ନେବା ପାଇଁ ସେ ପଚା ଜଳକୁ ବୁହାଇ ଖାଲି କରିବା ପରେ ପାନୀୟଜଳ ନେଉଛନ୍ତି। ଯାହା ଫଳରେ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅପରପକ୍ଷେ ଗ୍ରାମରେ ପାଇପ୍ ଜଳ ଯୋଗାଣ ଥିଲେ ମଧ୍ୟ ତାହା ସଠିକ୍ ଭାବରେ କାର୍ଯ୍ୟ କରୁନାହିଁ। ଏ ସମ୍ପର୍କେ ରଣପୁର ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସୁବାସ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏହି ଖବର ଆମ୍ଭ ପାଖରେ ନଥିଲା। ଆପଣଙ୍କଠାରୁ ପ୍ରଥମେ ଶୁଣିଲୁ। ଆମ୍ଭେ ଆମର ଜଳ ଯୋଗାଣର ୨ ନମ୍ବର କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ ତଦାରଖ କରିବୁ। ଜିଲ୍ଲା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.