Home ଅପରାଧ ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

471

ବଡ଼ବିଲ,ତା ୨୧ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ହାଜତରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ ଗତ ୧୮ ତାରିଖରେ ସ୍ଥାନୀୟ ସେଡିଂ ବସ୍ତିରେ ଜୈନେକ ମହିଳା ବାସନ୍ତୀ ନାଏକଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଜବତ କରିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ହତ୍ୟା ସନ୍ଦେହରେ ମୃତ ମହିଳାଙ୍କ ସ୍ୱାମୀ ସୁରେଶ ନାଏକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିଲା । ହେଲେ ଆଜି ଭୋର ସମୟରେ ସୁରେଶ ବେକରେ ଏକ ଗାମୁଛା ଗୁଡାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ପୋଲିସ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି । କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଗଣମାଧ୍ୟମ ସମ୍ମୁଖରେ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ପିସିଆର ସେଲର ଜଣେ ଡ଼ିଏସପିଙ୍କୁ ସ୍ୱତନ୍ତ୍ର ତଦନ୍ତକାରୀ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି । ଅଭିଯୁକ୍ତ ସୁରେଶଙ୍କୁ ଚଳିତ ମାସ ୧୮ତାରିଖ ଦିନ ତଦନ୍ତ ପାଇଁ ପୋଲିସ ଥାନାରେ ଅଟକ ରଖିଥିଲା ଏବଂ ହତ୍ୟାର ପ୍ରମାଣ ପାଇବା ପରେ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ହେଲେ ମୃତ୍ୟୁ ପରେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.