Home ଜିଲ୍ଲା ପରିକ୍ରମା ନାଗରିକ ସଂଶୋଧନ ଆଇନ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକ ସଂଶୋଧନ ଆଇନ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

320

ମାଲକାନଗିରି,୪ା୧ (ଓଡିଆ ପୁଅ ) ସମଗ୍ର ଦେଶ ଓ ରାଜ୍ୟରେ ନାଗରିକ ସଂଶୋଧନ ଆଇନ ଓ ସିଏଏ କୁ ନେଇ ଝଡ ଉଠିଥିବା ବେଳେ ନାଗରିକ ସଂଶୋଧନ ଆଇନ ରାଷ୍ଟ୍ରୀୟ ମାନବିକତାର କଥା ଓ ଏହା ବିଶ୍ୱର ସବୁଠାରୁ ବଡ ମାନବାଧିକାର  ଆଇନ ବୋଲି କହି ଆଜି ମାଲକନଗିରି ଜିଲ୍ଲା ବିଜେପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି ଆଦିତ୍ୟମାଢି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁବ ର୍ତନ ସାଂସଦ  ତଥା ବିଜେପି କାର୍ଯ୍ୟକର୍ତା ବଳଭଦ୍ରମାଝୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ବିଜେପି ରାଜ୍ୟପରିଷଦ ସଦସ୍ୟ ନିମାଇପାଲ ଉପସ୍ଥିତ ରହି ମୋଦି ସରକାର ନାଗରିକତା ସଂଶୋଧନ ନିୟମ୨୦୧୯ ସଂସଦର ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଜଂଳି ଦେଇଛନ୍ତି ,ନାଗରିକତା ସଂଶୋଧନ ଆଇନ ଦ୍ୱାରା ପାକିସ୍ଥାନ,ବାଙ୍ଗଲାଦେଶ,ଆଫଗାନିସ୍ଥାନରେ ଧାର୍ମୀକ ଉପ୍ତିଡନର ଶୀକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ହିନ୍ଦୁ,ବୌଦ୍ଧ,ଶିଖ,ପାର୍ସୀ,ଖ୍ରୀଷ୍ଠିୟାନ ମାନଙ୍କୁ ଭାରତର ନାଗରିକତା ଦିଆଯିବ ।ଏହି ସମ୍ବିଧାନର ଧାରା୧୪କୁ ସିଏଏ ଉଲ୍ଲଘଂନ କରୁନାହିଁ,ଧାରା ୧୪ରେ ଭାରତୀୟ ନାଗରିକ ସଂପର୍କରେ ଲେଖାଯାଇଛି,କଂଗ୍ରେସ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା ସୃଷ୍ଟିକରୁଛି,ଗଣତନ୍ତ୍ରରେ ବାଦବିବାଦ,ତର୍କବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ,ଭାରତର ସଂଖ୍ୟାଲଘୁଙ୍କ ସହ ଏହାର ସଂପର୍କ ନାହିଁ,ସିଏଏ କୁନେଇ କୌଣସି ନାଗରିକ ଭୟଭିତ ହେବାର ନାହିଁ,୧୯୪୭ମସିହାରେ ଧାର୍ମୀକ ଆଧାରରେ ଦେଶ ବିଭାଜନ ହୋଇଥିଲା, ପାକିସ୍ଥାନ,ବାଙ୍ଗଲାଦେଶ, ଆଫଗାନିସ୍ତାନ ସାମ୍ବିଧାନିକ ଭାବେ ମୁସଲମାନ ଦଶେ,ସେଠାରେ ଧର୍ମ ନାରେ ମୁସଲମାନମାନଙ୍କ ଉପରେ  ଉପ୍ତିଡିନ ହୁଏ ନାହିଁ,ସେଥିପାଇଁ ସେମାନଙ୍କୁ ଏହି ସଂଶୋଧନ ଆଇନରେ ସିମଲ କରାଯାଇ ନାହିଁ,ଏହି ଆଇନ କେବଳ ଉପ୍ତିଡିନର ଶୀକାର ହୋଇଥିବା ଲୋକଙ୍କୁ ସାମିଲ କରାଯାଇଛି,ବିରୋଧୀ ଦଳ ମାନଙ୍କ ପକ୍ଷରୁଏହି ଆଇନକୁ ନେଇ ନାନା ପ୍ରକାର ଗୁଜବ ସୃଷ୍ଟିକରା ଯାଉଛି,ଏହି ଗୁଜବ ଠାରୁ ଦୁରେଇ ରହି ନାଗରିକତା ସଂଶୋଧନ ଓ ସିଏଏ ଆଇନ କୁ ସମ୍ମାନଜଣାଇବା ଦରକାର ବୋଲି ବିଜେପି ନେତା ମାନେ ସାମ୍ବାଦିକ ସମ୍ମିଳନୀରେ ସୁଚନାଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳୀନରେ ଅନ୍ୟାନମାନଙ୍କ ମଧ୍ୟରେ ବିଜେପି ନେତା ନବଘନ ଲୋକେଇ,ସଂଜୟ ସରକାର,ସମିରମିସ୍ତ୍ରୀ,ଦେବି ମାଡି ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.