Home ଓଡ଼ିଶା ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନଜାଗରଣ କାର୍ଯ୍ୟକ୍ରମ : ଆଜି ଯାଜପୁରଠାରେ ଅନୁଷ୍ଠିତ ଜନଜାଗରଣ କାର୍ଯ୍ୟକ୍ରମରେ...

ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନଜାଗରଣ କାର୍ଯ୍ୟକ୍ରମ : ଆଜି ଯାଜପୁରଠାରେ ଅନୁଷ୍ଠିତ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

168

ଭୁବନେଶ୍ୱର ୨୨/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି। ବିରୋଧୀଙ୍କ ଏଭଳି ହୀନ ପ୍ରୟାସ ବିରୁଦ୍ଧରେ ଏବଂ ଏହି ଆଇନ ସପକ୍ଷରେ ଭାରତୀୟ ଜନତା ପାର୍ଟି ସାଧାରଣ ଜନତାଙ୍କ ସନ୍ଦେହ ଦୁରୀଭୁତ କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜାଗରଣ କାର୍ଯ୍ୟକ୍ରମ କରିଆସୁଛି ବୋଲି ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ କହିଛନ୍ତି।

ଏହି ଅବସରରେ ଆଜି ସକାଳ ୧୧ଟାରେ ଯାଜପୁରଠାରେ ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେବେ ବୋଲି ରାଜ୍ୟ ସଂପାଦକ ଶ୍ରୀ ସାମଲ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.