Home ଓଡ଼ିଶା ରାଷ୍ଟ୍ରୀୟ ଷ୍ଟାର୍ଟଅପ ପରାମର୍ଶଦାତା ପରିଷଦ ଗଠନ ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି : ପରିଷଦର ଅଧ୍ୟକ୍ଷତା...

ରାଷ୍ଟ୍ରୀୟ ଷ୍ଟାର୍ଟଅପ ପରାମର୍ଶଦାତା ପରିଷଦ ଗଠନ ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି : ପରିଷଦର ଅଧ୍ୟକ୍ଷତା କରିବେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀନବୋନ୍ମେଷ ଏବଂ ଷ୍ଟାର୍ଟଅପର ପ୍ରୋତ୍ସାହନ ଲାଗି ସରକାରଙ୍କୁ ପରାମର୍ଶ ଦେବ ପରିଷଦ

126

ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ଦେଶରେ ନବୋନ୍ମେଷ ଏବଂ ଷ୍ଟାର୍ଟଅପର ପ୍ରୋତ୍ସାହନ ଲାଗି ଅନୁକୂଳ ପରିବେଶ ନିର୍ମାଣ କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ଲାଗି ରାଷ୍ଟ୍ରୀୟ ଷ୍ଟାର୍ଟଅପ ପରାମର୍ଶଦାତା ପରିଷଦ ଗଠନ କରାଯିବ। ଏହି ପରିଷଦର ଢାଂଚା ସଂକ୍ରାନ୍ତରେ ଏକ ବିଜ୍ଞପ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ପରବର୍ତ୍ତୀ ସମୟରେ ପରିଷଦର ସଦସ୍ୟମାନଙ୍କ ନାମ ସୂଚିତ କରାଯିବ।

ଏହି ପରିଷଦ ନାଗରିକ ଏବଂ ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ପରାମର୍ଶ ଦେବ। ଦେଶର ଛୋଟ ସହର ଓ ଗ୍ରାମୀଣ କ୍ଷେତ୍ର ସମେତ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ନବୋନ୍ମେଷକୁ ପ୍ରୋତ୍ସାହନ ପ୍ରଦାନ କ୍ଷେତ୍ରରେ ସହାୟକ ହେବ। ଉତ୍ପାଦକତା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ଗବେଷଣାକୁ ଗୁରୁତ୍ୱ ଦେବ। ଏହା ଜରିଆରେ ସୃଜନଶୀଳ ଓ ଅଭିନବ ଉପାୟକୁ ମୂଲ୍ୟବାନ ଉତ୍ପାଦ, ପ୍ରକ୍ରିୟା କିମ୍ବା ସମାଧାନରେ ପରିବର୍ତିତ କରିବାରେ ସହାୟକ ହେବ। ଏଥିସହିତ ଉଦ୍ୟୋଗ କ୍ଷେତ୍ରରେ ନବୋନ୍ମେଷ ଲାଗି ପରିବେଶ ସୃଷ୍ଟି କରିବା ଦିଗରେ ମଧ୍ୟ ଆବଶ୍ୟକ ପରାମର୍ଶ ଦେବ। ସାର୍ବଜନିନ ସେବା ବିତରଣରେ ସୁଧାର, ସୃଜନକୁ ପ୍ରୋତ୍ସାହନ; ବୌଦ୍ଧିକ ସମ୍ପତି ଅଧିକାରର ସୁରକ୍ଷା ଓ ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରିବ। ବିନିୟାମକ ଅନୁପାଳନ ଓ ବ୍ୟୟ ହ୍ରାସ କରି ବ୍ୟବସାୟ କରିବା ଓ ବ୍ୟବସାୟ ବନ୍ଦ କରିବାକୁ ସହଜ କରିବା; ଷ୍ଟାର୍ଟଅପ୍ସ ଲାଗି ପୁଞ୍ଜି ଉପଲବ୍ଧତାକୁ ସହଜ କରିବା; ଷ୍ଟାର୍ଟଅପ୍ସରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା; ଭାରତୀୟ ଷ୍ଟାର୍ଟଅପ୍ସରେ ନିବେଶ ଲାଗି ବୈଶ୍ୱିକ ପୁଞ୍ଜି ଆକୃଷ୍ଟ କରିବା; ମୂଳ ପ୍ରମୋଟରଙ୍କ ସହିତ ଷ୍ଟାର୍ଟଅପ୍ସ ଉପରେ ନିୟନ୍ତ୍ରଣ ବଜାୟ ରଖିବା ଏବଂ ଭାରତୀୟ ଷ୍ଟାର୍ଟଅପ୍ସ ଲାଗି ବୈଶ୍ୱିକ ବଜାର ଉପଲବ୍ଧ କରାଇବା ଲାଗି ମଧ୍ୟ ଏହି ପରିଷଦ ପରାମର୍ଶ ଦେବ।

କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ରାଷ୍ଟ୍ରୀୟ ଷ୍ଟାର୍ଟଅପ ପରାମର୍ଶଦାତା ପରିଷଦରେ ଅଧ୍ୟକ୍ଷତା କରିବେ। ଏହି ପରିଷଦରେ ଅଣ-ପଦାଧିକାରୀ ସଦସ୍ୟ ରହିବେ, ଯାହାଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବର୍ଗ ଯେପରିକି ସଫଳ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତା, ଭାରତରେ କମ୍ପାନୀ ପ୍ରତିଷ୍ଠା କରିବା ଏବଂ ଏହାକୁ ବିକଶିତ କରିବା କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିବିଶେଷ, ଷ୍ଟାର୍ଟଅପ୍ସରେ ନିବେଶକଙ୍କ ସ୍ୱାର୍ଥକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତି, ଇନକ୍ୟୁବେଟରଙ୍କ ସ୍ୱାର୍ଥକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତି ଏବଂ ଷ୍ଟାର୍ଟଅପ୍ସ ଅଂଶୀଦାର ଓ ଉଦ୍ୟୋଗ ସଂଘର ପ୍ରତିନିଧିଙ୍କ ମଧ୍ୟରୁ ମନୋନିତ କରିବେ। ଷ୍ଟାର୍ଟଅପ୍ସ ପରାମର୍ଶଦାତା ପରିଷଦର ଅଣପଦାଧିକାରୀ ସଦସ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ଲାଗି ହେବ।

ସମ୍ପୃକ୍ତ ମନ୍ତ୍ରୀ/ବିଭାଗ/ସଂଗଠନ ଦ୍ୱାରା ନାମିତ ଭାରତ ସରକାରଙ୍କ ଯୁଗ୍ମ ସଚିବ ପଦବୀଠାରୁ ଉପର ପାହ୍ୟାର ଅଧିକାରୀ ପରିଷଦର ପଦାସୀନ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ। ଉଦ୍ୟୋଗ ଏବଂ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଯୁଗ୍ମ ସଚିବ ପରିଷଦର ସଂଯୋଜକ ଦାୟିତ୍ୱ ତୁଲାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.