Home କେନ୍ଦୁଝର ଯୋଡା : ଟାଟା ଷ୍ଟିଲ ପକ୍ଷରୁ ଭାରତରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ

ଯୋଡା : ଟାଟା ଷ୍ଟିଲ ପକ୍ଷରୁ ଭାରତରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ

24

ଯୋଡା, ୨୯ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟାଷ୍ଟିଲ ପକ୍ଷରୁ ଶୁକ୍ରବାର ଦିନ ଭାରତରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ଦେଶରେ କୋଭିଡ଼ ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣକରି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥିଲା। ଦିନର ପ୍ରାରମ୍ଭରେ ଟାଟାଷ୍ଟିଲ ଯୋଡ଼ା ମୁଖ୍ୟ ସରୋଜ କୁମାର ବାନାର୍ଜୀଙ୍କ ସହିତ ଟାଟାଷ୍ଟିଲର ଅନ୍ୟ ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଜେସିଓ କାର୍ଯ୍ୟାଳୟରେ ଏହି କିମ୍ବଦନ୍ତୀ ପୁରୁଷ ତଥା ଭାରତୀୟ ବିମାନ ଚଳାଚଳ ଜଗତର ଜନକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯୋଡ଼ା ପୂର୍ବ ଲୌହ ଖଣି, ଖଣ୍ଡବନ୍ଧ, ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ, ବିଚ୍ଚାକୁଣ୍ଡି ଏବଂ ଯୋଡ଼ା ଫେରୋ ଆଲୟେଜ୍ କାରଖାନାରେ ସମାନ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଟାଟାଷ୍ଟିଲ ଯୋଡ଼ା ହସ୍ପିଟାଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଟାଟାଷ୍ଟିଲ ଯୋଡ଼ା ହସ୍ପିଟାଲର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସୁଚିସ୍ମିତା ଦାସ, ବରିଷ୍ଠ ଡାକ୍ତର ଓ ଅନ୍ୟକର୍ମଚାରୀଙ୍କ ଉପସ୍ଥିତିରେଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଗନ୍ଧଲପଡ଼ା ଖଣିରେ ୩୦୦ ଚାରା ରୋପଣ କରାଯାଇଥିଲା।ଏଥିସହିତ ‘ବାହ୍ୟ ନେତୃତ୍ୱ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଚଳିତ ସପ୍ତାହର ପ୍ରାରମ୍ଭରେ ଜାମସେଦପୁରର ଯାତ୍ରାରେ ନିଆଯାଇଥିବା ସ୍ଥାନୀୟ ଅଞ୍ଚଳର ୩୦ ଜଣ ଯୁବକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଜେଆରଡି ଟାଟାଙ୍କ ଜନ୍ମବାର୍ଷିକୀ ଅବସରରେ କମ୍ପାନୀର ସମସ୍ତ କାର୍ଯ୍ୟ କ୍ଷେତ୍ରରେ ୱାକଥନ୍‌, ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ ଓ ଆଲୋଚନା ଚକ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମାନ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.