Home Top News ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି – ସମୁଦାୟ ତିନୋଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି – ସମୁଦାୟ ତିନୋଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ

53

ଭୁବନେଶ୍ୱର ୧୨-୩ (ଓଡ଼ିଆ ପୁଅ) କୋଭିଡ ମହାମାରୀ ଯୋଗୁ ମାଟ୍ରିକ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ପ୍ରଭାବିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଶିକ୍ଷାବିତ, ଅଭିଭାବକ ସଂଘ ତଥା ଶିକ୍ଷା ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଗଣଶିକ୍ଷା ବିଭାଗ।

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପଦ୍ଧତି – ସମୁଦାୟ ତିନୋଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ

ପ୍ରଥମ – ସମେଟିଭ୍ ଆସେସମେଣ୍ଟ-୧ ଏବଂ ଇଣ୍ଟରନାଲ୍ ଆସେସମେଣ୍ଟର ପଦ୍ଧତି ଟେକୁ ଦୁଇଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ।

ଦ୍ୱିତୀୟ – କେବଳ ସମେଟିଭ୍ ଆସେସମେଣ୍ଟ-୨ର ୱେଟେଜକୁ ଦୁଇଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ।

ତୃତୀୟ – ପରିଷଦର ନୂତନ ମୁଲ୍ୟାୟନ ପଦ୍ଧତି ଅନୁସାରେ ଇଣ୍ଟରନାଲ୍ ଆସେସମେଣ୍ଟକୁ ୨୦%, ସମେଟିଭ୍ ଆସେସମେଣ୍ଟକୁ ୩୦% ଏବଂ ସମେଟିଭ୍ ଆସେସମେଣ୍ଟ-୨କୁ ୫୦% ୱେଟେଜ୍ ଦିଆଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ।

ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଏହି ପଦ୍ଧତିରେ ନିର୍ଦ୍ଧାରଣ କରାଯିବ ଏବଂ ଯେଉଁଥିରେ ସେମାନେ ସର୍ବାଧୂକ ନମ୍ବର ରଖୁବେ ତାହା ସେମାନଙ୍କ ଫାଇନାଲ୍ ପରୀକ୍ଷା ଫଳ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.