Home କେନ୍ଦୁଝର ନାଁବାଳିକା ଅପହରଣର ମାସେ ବିତିଲା ପୁଲିସ ହାତ ଖାଲି

ନାଁବାଳିକା ଅପହରଣର ମାସେ ବିତିଲା ପୁଲିସ ହାତ ଖାଲି

37

ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ଆମ୍ବୋ ଗ୍ରାମରେ ଜଣେ ନାଁ ବାଳିକା ଛାତ୍ରୀକୁ ଅପହରଣ କରିବାର ମାସେ ବିତିଯାଇଥିଲେବି ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ନାବାଳିକାଙ୍କ ପରିବାର ଲୋକେ ଥାନାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ଆମ୍ବୋ ଗ୍ରାମର ଜଣେ ୧୪ବର୍ଷୀୟ ନାଁବାଳିକା ତାର ମାମୁଁଘରେ ରହି ପଡଢ଼ୁଥିବା ବେଳେ ଗତ ଜୁନମାସ ୧୩ତାରିଖରେ କେହି ଘରୁ ଉଠାଇନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ତେବେ ଘଟଣାର ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇପାରୁ ନାହିଁ । ଅନ୍ୟପକ୍ଷରେ ଅପହରଣ ଘଟଣାରେ ସାମିଲ ଥିବା ସନ୍ଦେହ କରାଯାଉଥିବା ଯୁବକଙ୍କ ପରିବାର ଓ ସମ୍ପର୍କୀୟ ଲୋକମାନେ ନାଁବାଳିକାର ପରିବାର ଲୋକଙ୍କୁ ଗାଳିଗୁଲଜ ସହିତ ଧମକ ଚମକ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ସହିତ ତାଙ୍କ ନାବାଳିକା ଝିଅକୁ ଉଦ୍ଧାର କରିବାପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଥାନା ଏସ.ଆଇ ନରେଶ ଚନ୍ଦ୍ର ଦାସଙ୍କୁ ପଚାରିବାରେ ତଦନ୍ତ ଜାରି ରହିଛି , ଅତିଶୀଘ୍ର ନାବାଳିକାକୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.