Home କେନ୍ଦୁଝର ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସଂଗଠନ ପକ୍ଷରୁ ଚାରା ବଣ୍ଟନ

ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସଂଗଠନ ପକ୍ଷରୁ ଚାରା ବଣ୍ଟନ

18

ହାଟଡିହି-୧/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନା ମହାମାରୀର ତାଣ୍ଡବକୁ ରୋକିବାପାଇଁ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛେନାପଦିଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ଚାରା ବଣ୍ଟନ କରି ବୃକ୍ଷରୋପଣର ବାର୍ତ୍ତା ପ୍ରଦାନ କରାଯାଇଛି । ବର୍ତ୍ତମାନର କରୋନା ପରିସ୍ଥିତି ସମୟରେ ଅମ୍ଳଜାନର ଯେଉଁଭଳି ଆବଶ୍ୟକତା ରହିଛି ତାହା ଯେତେ ଅମ୍ଳଜାନ ସିଲିଣ୍ଡର ହେଲେ ମଧ୍ୟ ଆୟତ କରିପାରିବ ନାହିଁ । କେବଳ ବୃକ୍ଷ ହେଉଛି ଏକମାତ୍ର ମାଧ୍ୟମ ଯାହା ପ୍ରଚୁର ପରିମାଣର ଅମ୍ଳଜାନ ମଣିଷକୁ ଯୋଗାଇ ପାରିବ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସଂଗଠନ ବୃକ୍ଷରୋପଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇ ଚାରା ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ୧୦ରୁ ୧୨ପ୍ରକାର ପ୍ରଜାତିର ଗଛ ବଣ୍ଟନ କରାଯାଇଥିବାବେଳେ ଲୋକମାନେ ଅତି ଆଦର ସହକାରେ ତାହାକୁ ଗ୍ରହଣ କରୁôତଲେ । ଏହି କାର୍ଯ୍ୟକ୍ରମରେ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନର ସଭାପତି ତାପସ କୁମାର ନାୟକ, ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ବେହେରା, ଉପଦ୍ଦେଷ୍ଟା ପ୍ରଦୀପ୍ତ କୁମାର ଧଳ, ଉପସଭାପତି ଅନିଲ କୁମାର ସାହା, ସମ୍ପାଦକ ନିଳେନ୍ଦ୍ର କୁମାର ଆଇଚ, ସହସମ୍ପାଦକ ଦେବାଶିଷ ସୁତାର, କୋଷାଧ୍ୟକ୍ଷ ଶ୍ୱେତାଶୁଂ ଶେଖର ବିଶ୍ୱାଳ, ପାର୍ଥସ୍ୱରଭ ସା, ପ୍ରବୀର କୁମାର ନାୟକ, ଦେବାଶିଷ ଧଳ, ଦୀପକ କୁମାର ଜେନା, ଦେବାଶିଷ ବାରିକ, ଅଭୟ କୁମାର ଉପାଧ୍ୟାୟ, ଅଲେଖ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ଆଇଚ, ସନ୍ତୋଷ କୁମାର ନାୟକ, ଭବାନୀ ଶଙ୍କର ଖୁଣ୍ଟିଆ, ମାନସ କୁମାର ଧଳ, ଶ୍ରୀଧର ସାହୁ, ଶିଶିର କୁମାର ପେରେଇ, ଗଣନାଥ ସାହା, ରବିନ୍ଦ୍ର କୁମାର ଜେନା, କାର୍ତ୍ତିକେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.