Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ମେଡିଆ ଆସୋସିଏସନର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର, ଦାୟିତ୍ୱ ସମ୍ପର୍ଣ୍ଣ ଖବର...

ଭଦ୍ରକ ଜିଲା ମେଡିଆ ଆସୋସିଏସନର ବନ୍ଧୁ ମିଳନ ଓ ଆଲୋଚନା ଚକ୍ର, ଦାୟିତ୍ୱ ସମ୍ପର୍ଣ୍ଣ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ

39

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗଣମାଧ୍ୟମ ପ୍ରତିନିଧିମାନେ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କ ମୁଣ୍ଡ ଉପରେ ବିପଦ ରହିଛି । କରୋନା ସମୟରେ ନିଜର ଜବୀନକୁ ପାଣି ଛଡ଼ାଇ ସରକାରଙ୍କ ସମସ୍ତ ପଦକ୍ଷେପ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ସେମାନେ ସକ୍ଷମ ହୋଇଛନ୍ତି । ଏହି ସମୟରେ କେତେକ ସାମ୍ବାଦିକଙ୍କ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଇଛି । ସରକାରଙ୍କ କ୍ଷତିପୂରଣ ରାଶୀ ଏହି ଶୂନ୍ୟସ୍ଥାନକୁ ପୂରଣ କରି ପାରିବ ନାହିଁ । ସେହିପରି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ କ୍ରମାଗତ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ସାମାଜିକ ସୁରକ୍ଷା ବୋଲି କିଛି ନାହିଁ । ସରକାର ବୀମା ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ । ବିଭିନ୍ନ ବର୍ଗର ଲୋକଙ୍କୁ ସରକାର ଭତ୍ତା ପ୍ରଦାନ କରୁଛନ୍ତି । ବିଭିନ୍ନ ରାଜ୍ୟରେ ବେତନ ବ୍ୟବସ୍ଥା କରିବା କରିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ବିଲ ଆଣିଛନ୍ତି । କିନ୍ତୁ ଆମ ରାଜ୍ୟରେ ଏହି ପ୍ରସ୍ତାବିତ ବିଲ୍ କେବେ ଲାଗୁ ହେବ ତାହାର କୌଣସି ନିଶ୍ଚିତତା ନାହିଁ । ତେଣୁ ଗଣମାଧ୍ୟମର ପ୍ରତିନିଧିମାନେ ଦାୟିତ୍ୱ ସମ୍ପର୍ଣ୍ଣ ହୋଇ ନିଜ ସୁରକ୍ଷାର ବ୍ୟବସ୍ଥା ନିଜେ କରିବା ଦରକାର ବୋଲି ଭଦ୍ରକ ଜିଲ୍ଲା ମେଡିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି । ଉତ୍କଳ ସାମ୍ବାଦିକ ସଂଘର ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱ ଓ ମେଡିଆ ଆସୋସିଏସନର ସଭାପତି ମହେଶ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସରକାରୀ ଓକିଲ ରୋ. ଅତିଶ କୁମାର ବେହେରା, ଜ୍ଞାନ ପ୍ରକାଶ ପାଣୀ, ନରେନ୍ଦ୍ର ସାମଲ, ତପନ କୁମାର ମିଶ୍ର, ଚାରୁଦତ୍ତ ନାୟକ, ତପନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମେ ରାଜେଶ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଶୁଭଦ୍ୱୀପ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଥସାରଥୀ ନାୟକ, ଜଗବନ୍ଧୁ ବେହେରା, ଅବିନାଶ ପଣ୍ଡା, ରମେଶ ପାଗଲ, ସଂଜୟ ଦାସ, ଲାଲା ପ୍ରମୋଦ ରାୟ, ଶାନ୍ତନୁ ପଣ୍ଡା, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ, କମଳଲୋଚନ ପଣ୍ଡା, ଦେବେନ୍ଦ୍ର ନାୟକ, କେଦାର ନାଥ ତ୍ରିପାଠୀ, ସାହିଦ କାଦ୍ରୀ, ଶ୍ରୀକାନ୍ତ ଦାସଙ୍କ ସମେତ ବହୁ ଯୁବ ସାମ୍ବାଦିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.