Home କେନ୍ଦୁଝର ନସିରପୁର ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନସିରପୁର ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

49

ହାଟଡ଼ିହି, ୧୬/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାରୀ ପ୍ରାଥମିକ ବିଦ୍ୟାଳୟ ନସିରିପୁର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସଏମସି ସଭ୍ୟସଭ୍ୟା, ଗ୍ରାମବାସୀ, ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଶିକ୍ଷକ ପିତବାସ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ରାମଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ବଳ, ସିଆରସିସି ବିଜୟ କୁମାର ସା, ଚନ୍ଦ୍ରକାନ୍ତ ମିଶ୍ର, ଚନ୍ଦନ ବେହେରା, ଉପାଧ୍ୟକ୍ଷା ଗୌରୀ ଦାସ, ରମେଶ ଦାସ, ଆଦେଶ ଦାସ, ନିରଞ୍ଜନ ଦାସ, ପୃଥିରାଜ ଦାସ, କାଳି ସିଂ, ଝୁମୁଲତା ଦାସ, ପବିତ୍ର ଦାସ, ରୀଚା ଦାସ, ସୁଲୋଚନା ଦାସ, ସଞ୍ଜନା ଦାସ, ଆଶାକର୍ମୀ ଉର୍ବସୀ ଦାସ, ବିଜୁଲତା ବେହେରାଙ୍କ ସହିତ ପଡୋଶୀ ବିଦ୍ୟାଳୟର ଶିକ୍ଷକମାନେ ଯୋଗଦେଇ ବିଦ୍ୟାଳୟ ପରିସରରେ ଚମ୍ପା, ଦେବଦାରୁ, ଛତିଅଣା, ପଣସ, ଆମ୍ବ, ଆକାଶିଆ, ମହାଲିମ୍ବ, ତୁଳସୀ, କ୍ରୋଟେନ ଆଦି ବୃକ୍ଷ ରୋପଣ କରିଥିଲେ । ପ୍ରଧାନଶିକ୍ଷକ ରଞ୍ଜନ କୁମାର ପ୍ରଧାନ ଓ ସହକାରୀ ଶିକ୍ଷକ ଅଭିମନ୍ୟୁ ପାଗଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.