Home ଓଡ଼ିଶା ଗାଁ ଲୋକଙ୍କଦ୍ୱାରା ବାସନ୍ଦ ଘଟଣା-ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ କମିସନ

ଗାଁ ଲୋକଙ୍କଦ୍ୱାରା ବାସନ୍ଦ ଘଟଣା-ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ କମିସନ

36

ହାଟଡିହି-୧୬ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମରେ ଜମିବାଡି ବିବାଦକୁ ନେଇ ମହେଶ୍ୱର ସୁତାରଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯିବା ଘଟଣାରେ ଜାତୀୟ ମାନବାଧିକାର କମିସନ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଜାନୁୟାରୀ ମାସ ୧୬ତାରିଖ ସୁଧା ଅକ୍ସନ ଟେକନ ରିପୋର୍ଟ ଦାଖଲ କରିବାକୁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ନୋଟିସ କରିଛନ୍ତି । ମାନବାଧିକାର କର୍ମୀ ହିମାଶୁଂ ଶେଖର ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ହୋଇଥିବା ଏହି ମାମଲା ଅଧାରରେ କମିସନ ଏହି ରିପୋର୍ଟ ମାଗିଛନ୍ତି ।
ଏଠାରେ ଉଲେଖଯୋଗ୍ୟ ଯେ ଗ୍ରାମର ମହେଶ୍ୱର ସୁତାର ଓ ତାଙ୍କ ପଡୋଶୀ କୃଷ୍ଣଚନ୍ଦ୍ର ସୁତାରଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ବିବାଦ ଦେଖାଦେବା ପରେ ଏହାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା । କିନ୍ତୁ ବୈଠକରେ ଏକତରଫା ନିଷ୍ପତି ହେବାରୁ ମହେଶ୍ୱର ଏହାକୁ ମାନି ନଥିଲେ । ସେଥିପାଇଁ ଗାଁର ଜଣେ ଭଦ୍ରଲୋକ ତାଙ୍କୁ ମାରିବାକୁ ଧମକ ଚମକ ଦେଇଥିଲେ । ଯାହାଦ୍ୱାରାକି ମହେଶ୍ୱର ବୈଠକ ଅଧାରୁ ଉଠି ଆସିଥିଲେ । ପରେ ପୁନର୍ବାର ମହେଶ୍ୱରଙ୍କୁ ବୈଠକକୁ ଡକାଯାଇଥିଲା । ମହେଶ୍ୱରଙ୍କ କହିବାନୁସାରେ ବୈଠକର ନିଷ୍ପତି ସମ୍ପୁର୍ଣ୍ଣ ଏକତରଫା ଥିବାରୁ ସେ ଏହାକୁ ଆଦୌ ଗ୍ରହଣ କରିନଥିଲେ । ଶେଷରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ମିଳିତ ହୋଇ ମହେଶ୍ୱରଙ୍କୁ ଏକଘରକିଆ କରିବାକୁ ନିଷ୍ପତି ନେଇଥିଲେ । ବୈଠକରେ ହୋଇଥିବା ନିଷ୍ପତି ଅନୁଯାଇ ମହେଶ୍ୱରଙ୍କ ସହିତ ଯେ କଥା ହେବ ଏକ ହଜାର ଜୋରିମାନା ଦେବାକୁ ନିଷ୍ପତି ହୋଇଥିଲା । ୧୦ତାରିଖ ସକାଳେ ଜଣେ ଗ୍ରାମବାସୀ ଗାଁ ସାରା ବୁଲି ଘଣ୍ଟ ବଜାଇ ଗାଁର ଏହି ନିଷ୍ପତିକୁ ଶୁଣାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣାରେ ମହେଶ୍ୱର ଓ ତାଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ମର୍ମାହତ ହୋଇପଡିଥିଲେ । ଏନେଇ ମହେଶ୍ୱର ନନ୍ଦିପଦା ଥାନାରେ ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିବା ସହିତ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଅନସନରେ ମଧ୍ୟ ବସିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.